ନ୍ୟୁୟର୍କ ୨୮/୦୨: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ ବିଭୀଷିକା । ୟୁକ୍ରେନ ଉପରେ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ରୁଷ । ଆଉ ରୁଷ ଆକ୍ରମଣରେ କମ୍ପୁଛି ୟୁକ୍ରେନ । ଋଷ ଦ୍ୱାରା ଚାଲିଥିବା ଆକ୍ରମଣ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ଜରୁରୀକାଳୀନ ବୈଠକ ଡକାଯିବ କି ନାହିଁ ଭୋଟ୍ ମାଧ୍ୟମରେ ନିଷ୍ପତ୍ତି ନିଆଯାଇଛି । ଭାରତ UNSC ରେ ପ୍ରକ୍ରିୟାଗତ ଭୋଟ୍ ଠାରୁ ଦୂରେଇ ରହିଥିଲା । କିନ୍ତୁ ଜାତିସଂଘର ସାଧାରଣ ସଭାରେ ୟୁକ୍ରେନ ଯୁଦ୍ଧ ଉପରେ ଜରୁରୀ ବୈଠକ ଡାକିବା ସପକ୍ଷରେ ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ ମତ ଦେଇଛନ୍ତି । ସୋମବାର ୧୧ ଜଣ ସଦସ୍ୟ ସପକ୍ଷରେ ମତଦାନ କରିବା ପରେ ୟୁଏନଜିଏରେ ଜରୁରୀକାଳୀନ ଅଧିବେଶନ ଡାକିବା ପାଇଁ ରାସ୍ତା ପ୍ରସ୍ତୁତ କରାଯାଇଛି । ଭାରତ, ଚୀନ୍, ୟୁଏଇ ସମେତ ତିନୋଟି ଦେଶ ଭୋଟ୍ ଦେବାକୁ ବାରଣ କରିଛନ୍ତି। ଋଷ ଏହାକୁ ବିରୋଧ କରିଛି । ଭାରତର ପ୍ରତିନିଧୀ ଟି.ଏସ୍ ତିରୁମୁର୍ତ୍ତୀ କହିଛନ୍ତି ଯେ ପରିସ୍ଥିତିର ସମୁଦାୟତାକୁ ଦୃଷ୍ଟିରେ ରଖି ଆମେ ଭୋଟ୍ ଦେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ସେ କହିଛନ୍ତି ଯେ କୂଟନୈତିକ ଏବଂ କଥାବାର୍ତ୍ତା ପଥକୁ ଫେରିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ ।ୟୁଏନଏସସିରେ ପ୍ରକ୍ରିୟାକରଣ ଭୋଟ୍ ସମୟରେ ଟିଏସ୍ ତିରୁମୁର୍ତ୍ତୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷ ଏବଂ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବିଷୟରେ କହିଥଲେ । କୂଟନୀତି ଉପରେ ଧ୍ୟାନ ଦେଇଥିଲେ । ସେ କହିଛନ୍ତି ଯେ ବେଲାଋଷ ସୀମାରେ ଆଲୋଚନା କରିବା ପାଇଁ ଉଭୟ ପକ୍ଷର ଆଜିର ଘୋଷଣାକୁ ଆମେ ସ୍ୱାଗତ କରୁଛୁ ।
-Advertisement-
-Advertisement-