Home ଖେଳ କୁଦ ଆଇପିଏଲ୍‌: ଗୁଜରାଟ ବିପକ୍ଷ ମ୍ୟାଚ୍ ଜିତିଲା ପଂଜାବ

ଆଇପିଏଲ୍‌: ଗୁଜରାଟ ବିପକ୍ଷ ମ୍ୟାଚ୍ ଜିତିଲା ପଂଜାବ

ଆଇପିଏଲ୍‌: ଗୁଜରାଟ ବିପକ୍ଷ ମ୍ୟାଚ୍ ଜିତିଲା ପଂଜାବ
image source: Pic -twitter

ମୁମ୍ବଇ, ୦୪/୦୫:ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୪୮ତମ ମ୍ୟାଚ୍‌କୁ ପଂଜାବ କିଙ୍ଗ୍‌ସ ୮ ୱିକେଟ୍‌ରେ ଜିତିଛି । ଚଳିତ ଆଇପିଏଲ୍‌ରେ ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଗୁଜରାଟ ଟାଇଟାନ୍‌ସ କ୍ରମାଗତ ୫ଟି ମ୍ୟାଚ୍‌ ଜିତିବା ପରେ ପରାଜୟ ଭୋଗିଛି। ମଙ୍ଗଳବାର ଏକତରଫା ମ୍ୟାଚ୍‌ରେ ଗୁଜରାଟକୁ ୮ ୱିକେଟରେ ପଞ୍ଜାବ କିଙ୍ଗ୍‌ସ ପରାସ୍ତ କରିଛି। ସାଇ ସୁଦର୍ଶନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ୮ ୱିକେଟରେ ୧୪୩ ରନ୍‌ କରିଥିଲା। ପଂଜାବ ବିଜୟର ହିରୋଥିଲେ ଅଭିଜ୍ଞ ବ୍ୟାଟର ଶିଖର ଧୱନ୍ । ଜନି ବେୟାରଷ୍ଟୋ (୧ ରନ୍‌)ଙ୍କ ସହିତ ସେ ପାଳି ଆରମ୍ଭ କରିବାକୁ ଆସିଥିଲେ । ୫୩ଟି ବଲ୍ ସାମ୍ନା କରି ୮ଟି ଚୌକା ଓ ଗୋଟିଏ ଛକା ବଳରେ ଧୱନ ଅପରାଜିତ ୬୨ ରନ୍ କରିଥିଲେ । ଭାନୁକା ରାଜପକ୍ଷଙ୍କ ଦର୍ଶନୀୟ ଇନିଂସ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ବାଉଣ୍ଡରୀ ବର୍ଷା ବଳରେ ୪ ଓଭର ବାକିଥାଇ ୨ ୱିକେଟ ହରାଇ ପଞ୍ଜାବ ଜିତିଥିଲା। ଗୁଜରାଟ ୧୦ମ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗି ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଛି। ପଞ୍ଜାବ ୧୦ମ ମ୍ୟାଚ୍‌ରେ ୫ମ ବିଜୟ ହାସଲକରି ୧୦ ପଏଣ୍ଟ ସହ ୫ମ ସ୍ଥାନକୁ ଉନ୍ନୀତ ହୋଇଛି।