ଆଇପିଏଲ୍‌: ଷଷ୍ଠ ମ୍ୟାଚ୍ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ

Image source :DNA India

ମୁମ୍ବାଇ ୧୬।୦୪:ଚଳିତ ଆଇପିଏଲରେ ମୁମ୍ବାଇ ଏହାର ପ୍ରଥମ ୬ ମ୍ୟାଚ୍ ରେ ପରାଜୟ  ହାସଲ  କରିଛି । ଆଜି ଲକ୍ଷ୍ନୌ ସୁପର୍ ଜିଆଣ୍ଟ ବିଜୟ ସହିତ ୬ ମ୍ୟଚ୍ ରୁ ଚାରୁି ମ୍ୟାଚ୍ ରେ ବିଜୟ ହାସଲ କରି ସାରିଛି । ଲକ୍ଷ୍ନୌ ସୁପର ଜାୟଣ୍ଟସ ଆଇପିଏଲର ୨୬ତମ ମୁକାବିଲାରେ ମୁମ୍ବାଇକୁ ୧୮ ରନରେ ହରାଇଛି। ଏଥିସହ ମୁମ୍ବାଇ କ୍ରମାଗତ ଷଷ୍ଠ ପରାଜୟ ଭୋଗିଥିବା ବେଳେ ଲକ୍ଷ୍ନୌ ସମାନ ମ୍ୟାଚରୁ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଛି। ଆଜି ମ୍ୟାଚ୍ ହାରିବା ସହ ମୁମ୍ବାଇର ପ୍ଲେ ଅଫ୍‌ରୁ ବାଦ୍ ପଡିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଲକ୍ଷ୍ନୌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଲୋକେଶ ରାହୁଲ ଓ ଅଭେଶ ଖାନ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଲୋକେଶ ରାହୁଲଙ୍କ ଅପରାଜିତ ୧୦୩ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୯ ରନ କରିଥିଲା। ଜବାବରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୮୧ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୩୭ ରନ କରିଥିଲେ। ଦିଲ୍ଲୀ ପକ୍ଷରୁ ଅଭେଶ ଖାନ ୩ ଓ୍ଵିକେଟ୍ ନେଇ ଲକ୍ଷ୍ନୌ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।  ଏହି ମ୍ୟାଚ୍ ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ।ମୁମ୍ବାଇକୁ ଶେଷ ଦୁଇ ଓଭରରେ ୪୩ ରନ୍ ଆବଶ୍ୟକ ଥିଲା । ୧୯ ତମ ଓଭରରେ ଜାସନ ହୋଲ୍ଡର ବୋଲିଂ କରିଥିଲେ, ଏହି ଓଭରରୁ ମୁମ୍ବାଇ ୧୭ ବନାଇ ପାରିଥିଲା । ଶେଷ ଓଭରରେ ଦଳ୨୬ ରନ୍ ଆବଶ୍ୟକ କରୁଥିବା ବେଳେ ପ୍ରଥମ ବଲରେ ଜୟଦେବ ଉନାଦକଟ ରନ୍ ଆଉଟ ହୋଇଥିଲେ । ଏହା ପର ବଲରେ ବ୍ୟାଟିଂ କରିବାକୁ ଆସିଥିବା ମୁରୁଗାନ ଅଶ୍ୱିନୀ ପ୍ରଥମ ବଲରେ ଛକା ମାରିଥିଲେ । ପର ବଲ୍ ରେ ସେ ରନ୍ ଆଉଟ ହୋଇଯାଇଥିଲେ । ଚାମୀରାଙ୍କ ପଞ୍ଚମ ବଲରେ ପୋଲର୍ଡ ବାଉଣ୍ଡାରୀରେ ଷ୍ଟୋଇନିସଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ ।ଏହା ମୁମ୍ବାଇର ଚଳିତ ସିଜନରେ ଷଷ୍ଠ ପରାଜୟ । ଆଇପିଏଲ ଇତିହାସରେ ମୁମ୍ବାଇ ପ୍ରଥମ ଥର ପାଇଁ ଆରମ୍ଭରୁ ଲଗାତାର ପ୍ରଥମ ୬ ମ୍ୟାଚ୍ ରେ ପରାଜୟ ହାସଲ  କରିଛି   ।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply