Home ତାଜା ଖବର ଆଉ ଭରସା କରିବା କାହାକୁ?

ଆଉ ଭରସା କରିବା କାହାକୁ?

ଆଉ ଭରସା କରିବା କାହାକୁ?
Image source:News7

ମାଲକାନଗିରି ୨୧।୦୪ : ପଡିଆ ଥାନା ଏମଭି ୪୯ ଗାଁରେ ଖରାଦିନ ଯୋଗୁଁ ଜଳଛତ୍ର ଖୋଲାଯାଇଥିଲା। ହେଲେ କେହି ଦୁର୍ବୃତ୍ତ ଏହି ଜଳଛତ୍ରରେ କୀଟନାଶକ ପକାଇ ଦେଇଛନ୍ତି। ଫଳରେ ଏହି ମାଟି ହାଣ୍ଡିରୁ ପାଣି ପିଇ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କାଲିମେଳାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଜଳଛତ୍ରରେ କିଏ କୀଟନାଶକ ମିଶାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।