ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ ୧୬।୨:  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖାଦେଇଛି ।  ଆଜି ଅପରାହ୍ନ ସମୟରେ ଏନଏସଏଙ୍କ ବାସଭବନ ଭିତରକୁ ପାଚେରୀ ଡେଇଁ ଏକ ଅଜଣା ଯୁବକ ପଶିବାକୁ ଉଦ୍ୟମ ବେଳେ ସୁରକ୍ଷା କର୍ମୀ ଜନୈକ ଯୁବକଙ୍କୁ ଅଟକ କରିଛନ୍ତି।  ଅଟକ ଯୁବକ ଶାନ୍ତନୁ ରେଡ୍ଡୀ ଭାବେ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଘର କର୍ଣ୍ଣାଟକ ବେଙ୍ଗାଲୁରରେ। ସେ ଡୋଭଲଙ୍କ ଘରକୁ ଯିବା ଲାଗି ନୋଏଡାରୁ ଏକ ଲାଲ ରଙ୍ଗର ଏସୟୁଭି ଭଡାରେ ନେଇଥିଲେ ଯାହାକୁ ସେ ଡୋଭଲ ରହୁଥିବା କୋଠୀର ଦ୍ୱାର ପର୍ଯ୍ୟନ୍ତ ନେବାକୁ ଚାହୁଁଥିଲେ।

ତେବେ ଉକ୍ତ ଯୁବକ ଜଣଙ୍କୁ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀଙ୍କ ଦ୍ୱାରା କାବୁ କରାଯାଇ ପଚରାଉଚରା କରାଯାଉଛି । ବର୍ତ୍ତମାନ ଡୋଭାଲଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କ ଡାକଡି କରାଯାଇଥିବା ବେଳେ ବା ସଭବନ ସମ୍ମୁଖରେ ରାଜପଥକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରାଯାଇଛି ।