Home ଜାତୀୟ କରାଚୀ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ: ୪ ଜଣଙ୍କ ମୃତ୍ୟୁ

କରାଚୀ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ: ୪ ଜଣଙ୍କ ମୃତ୍ୟୁ

କରାଚୀ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ: ୪ ଜଣଙ୍କ ମୃତ୍ୟୁ
image source : NPR

ନୂଆଦିଲ୍ଲୀ,୨୬।୪:  ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଏକାଧିକ ଲୋକ ଆହତ ହୋଇଥିବା ସହ ୪ଜଣଙ୍କର ମୃତ୍ୟୁ    ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ପଡୋଶୀ ଚୀନର ନାଗରିକ ହୋଇଥିବା ସୂଚନା ମିଳିଛି |ପୁଲିସ ସୂତ୍ର ଅନୁଯାୟୀ, ବିସ୍ଫୋରଣ ହୋଇଥିବା କାରରେ ସାତରୁ ଆଠ ଜଣ ଲୋକ ଥିଲେ। ତେବେ ମୃତାହତଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରି ନଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ବିସ୍ଫୋରଣ ପଛରେ କେଉଁ ଆତଙ୍କବାଦୀ ସଂଗଠନର ହାତ ରହିଛି ନା ଯାନ୍ତ୍ରିକ ତ୍ରୁଟି ପାଇଁ କାରରେ ବିସ୍ଫୋରଣ ହୋଇଛି, ସେ ନେଇ ଯାଞ୍ଚ କରାଯାଉଛି।