ବ୍ରହ୍ମପୁର,୨୮/୪ : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଫାଇବ(୫)-ଟି ସଚିବ ଭି.କେ ପାଣ୍ଡିଆନ,ଜଳସମ୍ପଦ ସଚିବ ଅନୁ ଗର୍ଗ ଆଜି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତର କୋଇଲିକୋଟ ଠାରେ ନୂତନ ଭାବେ ଚିକିଟି ଜଳସମ୍ପଦ ବିଭାଗ ଦ୍ୱାରା ୧୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଘଟକେଶ୍ୱର ଜଳ ପ୍ରକଳ୍ପର ସମୀକ୍ଷା କରିଥିଲେ । ୨୦୨୦ ଫେବୃଆରୀ ମସିହାରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁଭ ଦେଇଥିଲେ ।ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୨ ଜୁଲାଇ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।ଏବଂ ଜମି ଅଧିଗ୍ରହଣ ସହ ଖଜଣା ଛାଡ଼ ପ୍ରସ୍ତାବକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । ବର୍ତ୍ତମାନ ପ୍ରକଳ୍ପର ରୂପରେଖ ସହ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜଳସମ୍ପଦ ଅଧିକାରୀ ମାନେ ବୁଝାଇଥିଲେ ।ଏହି ପ୍ରକଳ୍ପ କାର୍ଯ୍ୟକାରି ହେଲେ ବ୍ରହ୍ମପୁର , କୁକୁଡାଖଣ୍ଡି ଓ ରଙ୍ଗେଈଲୁଣ୍ଡା ବ୍ଲକର ୭୫ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇବ ଏବଂ ୬୦୦ ହେକ୍ଟର ଚାଷ ଜମିକୁ ପାଣି ମିଳିପାରିବ ।ମୁଖ୍ୟ ଶାସନ ସଚିବ ଓ ଫାଇବ୍(୫)ଟି ସଚିବ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ଡ୍ରେମ୍ କାର୍ଯ୍ୟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କଂକ୍ରିଟରେ ପ୍ରସ୍ତୁତ ହେଉଥିବା ଦେଖିଥିଲେ । ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରହିଛି । ଭୁତଳ ଭାବେ ମଧ୍ୟ ଜଳ ଯୋଗାଣ ଲକ୍ଷ୍ୟ ମଧ୍ୟ ରହିଛି , ୬୦୦ରୁ ଉର୍ଦ୍ଧ ହେକଟର ଜମିକୁ ଜଳ ଯୋଗାଣ ହେବ ।ଏହି ପ୍ରକଳ୍ପର ସମୀକ୍ଷା କରିବା ପରେ ବରିଷ୍ଠ ଅଧିକାରୀଗଣ କଙ୍କିଆ ଗ୍ରାମ ପଞ୍ଚାୟତର ପୁରୁଣା ପାଟଣା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ, ଯାହାକି ରାଜ୍ୟ ସରକାରଙ୍କର ୫ଟି ପଦକ୍ଷେପ ଅନୁଯାୟୀ ରୂପାନ୍ତରୀତ ହୋଇଛି । ୨୦୨୧ ମସିହା ଡିସେମ୍ବର ମାସରୁ ରୂପାନ୍ତରୀତ କାର୍ଯ୍ୟ ଆରମ୍ଭ ହୋଇ ଅପ୍ରେଲ ୨୦୨୨ ରେ ଶେଷ ହୋଇଛି । ପରିଦର୍ଶନ ସମୟରେ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍ମାର୍ଟ ଶ୍ରେଣୀ ଗୃହ, ସ୍ଵଚ୍ଛତା ଶୌଚାଳୟ ନିରାପଦ ପାନୀୟ ଜଳ, ଆଧୁନିକ ବିଜ୍ଞାନ ଲାବରେଟୋରୀ ଏବଂ ଇ-ଲାଇବ୍ରେରୀ ପରିଦର୍ଶନ କରିଥିଲେ । ଏହି ବିଦ୍ୟାଳୟରେ ସୋଲାର୍ ବିଦ୍ୟୁତ୍ ଶକ୍ତିକୁ ଉଦ୍ଘାଟନ କରାଯାଇଥିଲା । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ,ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତି ଭାଷନ୍, ଜଳସମ୍ପଦ ବିଭାଗର ବିଜୟ ଚନ୍ଦ୍ର ମିଶ୍ର, ଅସୀମ କୁମାର ମହାପାତ୍ର, ଚିକିଟି ଜଳସମ୍ପଦ ବିଭାଗର ସିନିୟର ଇଞ୍ଜିନିୟର ସଂଜୀବ ଦାସ ଶର୍ମା,ବ୍ରହ୍ମପୁର ଏସ୍ପି ପିନାକ୍ ମିଶ୍ର, କୁକୁଡାଖଣ୍ଡି ବିଡ଼ିଓ ତନ୍ମୟ ରଞ୍ଜନ ଜେନା,କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା,ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।