ନୂଆଦିଲ୍ଲୀ, ୦୨/୦୫: ତିନି ଦିନିଆ ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ବିଳିମ୍ବିତ ରାତିରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ସେ ଉଡ଼ାଣ ଭରିଛନ୍ତି । ଏହି ତିନି ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଜର୍ମାନୀ ତା ପରେ ଡେନମାର୍କରେ ପହଞ୍ଚିବେ । ସେହିପରି ବିଦେଶ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ସେ ଫ୍ରାନ୍ସରେ ପହଞ୍ଚିବେ । ୩ ୟୁରୋପୀୟ ରାଷ୍ଟ୍ର ଗସ୍ତ ଆରମ୍ଭ କରି ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନିର ବର୍ଲିନ୍ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନ୍ ଚାନ୍ସେଲର୍ ଓଲାଫ୍ ସୋଲ୍ଜ୍, ଡେନ୍ମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡେରିକ୍ସେନ୍ ଏବଂ ଫରାସୀ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତ । ଏହି ଗସ୍ତବେଳେ ପ୍ରଧାନମନ୍ତ୍ରୀ ୮ ଜଣ ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ କିଛି ଦ୍ୱିପାକ୍ଷିକ ଓ କେତେକ ବହୁପାକ୍ଷିକ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ୟୁରୋପୀୟ ମିତ୍ର ରାଷ୍ଟ୍ରମାନଙ୍କ ସହ ଶାନ୍ତି ଓ ସମୃଦ୍ଧି ସହଯୋଗିତା ସୁଦୃଢ଼ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।ୟୁରୋପୀୟ ଅଞ୍ଚଳ ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିବା ବେଳେ ୟୁରୋପ ଗସ୍ତ ଆରମ୍ଭ ହେଉଛି ବୋଲି ଗସ୍ତ ପୂର୍ବରୁ କହିଛନ୍ତି ମୋଦି । ଡେନମାର୍କ ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ନର୍ଡିକ୍ ଶିଖର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବେ । ଏହା ପରେ ସେ ପ୍ୟାରିସ୍ ଗସ୍ତ କରିବେ । ଏହି ଗସ୍ତ ବେଳେ ମୋଦି ଜର୍ମାନ୍ ଚାନ୍ସେଲର୍ ଓଲାଫ୍ ସ୍ଲୋଜ୍, ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନ୍ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନଙ୍କୁ ଭେଟିବେ ।ରଣନୈତିକ, ଆଞ୍ଚଳିକ ଏବଂ ବୈଶ୍ବିକ ବିକାଶ କ୍ଷେତ୍ରରେ ଚିନ୍ତାର କାରଣ ହୋଇଥିବା ପ୍ରସଙ୍ଗ ଉପରେ ଜର୍ମାନ ସହ ମତ ବିନିମୟ ହେବ ବୋଲି ସେ ସୂଚନା ଦେଇଛନ୍ତି।