ପୁରୀ,୧୩/୦୩: ମାର୍ଚ୍ଚ ୧୮ରେ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ଉତ୍ସବ ପାଳନ ହେବ । ଦୋଳ ପୂର୍ଣ୍ଣିମାରରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଦୋଳ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହି ଉତ୍ସବ ପାଇଁ ନୀତି ନିର୍ଘଣ୍ଟକୁ ଶନିବାର ଦିନ ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ଅନୁମୋଦନ ଦେଇଛି । ଦେଳ ପୂର୍ଣ୍ଣିମା ନୀତି ୧୮ ତାରିଖ ଭୋର ତିିନିଟାରୁ ଆରମ୍ଭ ହେବ । ଦୋଳ ପୂର୍ଣ୍ଣିମାରରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ (ସୁନାବେଶ) । ଏହି ବେଶକୁ ଭକ୍ତମାନେ ରାତି ୧୦ଟା ୩୫ ମିନିଟ ପର୍ଯ୍ୟନ୍ତ ଦର୍ଶନ କରି ପାରିବେ । ଅନ୍ୟ ଅର୍ଥରେ ବେଶ ମଇଲମ ନୀତି ଏହି ସମୟରେ ସମ୍ପାଦନ ହେବ । ଦୋଳ ଠାକୁର ବି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ମୁତାବକ ଦୋଳବେଦିକୁ ବିଜେ କରି ସର୍ବସାଧାରଣଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି ।
-Advertisement-
ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ
- ଦ୍ୱାର ଫିଟା : ଭୋର ୩ଟା
- ଭିତର ଶୋଧ ୩.୩୦ ମି
- ମଙ୍ଗଳ ଆଳତି : ୪ଟା
- ମଇଲମ, ତଡ଼ପ ଲାଗି : ୪.୩୦
- ଅବକାଶ : ୫ଟା ୧୫ ମି
- ରୋଷହୋମ : ୫.୪୫ ମି
- ସୂର୍ଯ୍ୟପୂଜା : ୬ଟା ୧୫ ମି
- ଦ୍ୱାରପାଳ ପୂଜା : ୬.୩୦ମି
- ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ : ୬.୩୦ମି
- ଖଇକୋରା ଭୋଗ : ୭ରୁ ୭.୩୦ମି
- ଭିତର ବେଢ଼ା ଶେଷ : ୭ଟା ୪୫ମି
- ନାଭିକଟା ମଣ୍ଡପକୁ ଦିଅଁ ବିଜେ : ୮ଟା
- ରାଜାଧିରାଜ ବେଶ : ୮ରୁ ୯.୩୦ମି
- ନାଭିକଟା ମଣ୍ଡପ ନୀତି ଶେଷ : ୯.୪୫ ମି
- ବିମାନକୁ ଦିଅଁ ବିଜେ : ସକାଳ ୧୦ଟା
- ବିମାନ ବେଢ଼ା : ୧୦.୩୦ରୁ ୧୧ଟା
- ଗୋପାଳବଲ୍ଲଭ, ସକାଳ ଧୂପ : ୧୦ରୁ ୧୧.୩୦ମି
- ଭୋଗ ମଣ୍ଡପ ଶେଷ : ୧୦ରୁ ଅପରାହ୍ନ ୧.୩୦ମି
- ଦୋଳବେଦୀ ନୀତି ସାରି ଠାକୁର ବାହୁଡ଼ା ବିଜେ : ରାତି ୯ଟା
- ବେଢ଼ା ଶେଷ : ରାତି ୧୦ଟା
- ସରସ୍ୱତୀ ମନ୍ଦିର ପାଖରେ ଭୋଗ ବନ୍ଦାପନା : ୧୦ଟା ୧୫ ମି
- ବିମାନ ସହ ଭିତର କାଠକୁ ଦିଅଁ ବିଜେ : ୧୦ଟା ୨୦ମି
- କର୍ପୂର ଆଳତି, ଜଳ ଲାଗି : ରାତି ୧୦ଟା ୨୫ମି
- ଲକ୍ଷ୍ମୀ, ସରସ୍ୱତୀ ସିଂହାସନ : ରାତି ୧୦ଟା ୩୦ମି
- ଦେଳଗୋବିନ୍ଦ ଦକ୍ଷିଣ ଘର ବିଜେ : ୧୦ଟା ୩୦ ମି
- ରାଜାଧିରାଜ ବେଶ ମଇଲମ : ରାତି ୧୦ଟା ୩୫ମି
- ମହାସ୍ନାନ ଶେଷ : ରାତି ୧୧ଟା ୩୦ ମି
- ମଇଲମ ଓ ବେଶ : ରାତି ୧୧ଟା ୩୫ରୁ ୧୨ଟା
- ମଧ୍ୟାହ୍ନ ଧୂପ : ରାତି ୧୨ଟା ୧୫ରୁ ୧ଟା
- ଦକ୍ଷିଣି ଘର ଭୋଗ : ରାତି ୧ଟା ୧୫ମି
- ମଇଲମ ଓ ବେଶ : ରାତି ୧.୧୫ରୁ ୧.୩୫ମି
- ସନ୍ଧ୍ୟା ଆଳତି : ରାତି ୧.୪୦ ମି
- ସନ୍ଧ୍ୟାଧୂପ : ରାତି ୧.୫୦ରୁ ୨.୩୦
- ମଇଲମ ଓ ଚନ୍ଦନ ଲାଗି : ରାତି ୨.୪୫ମି
- ବଡ଼ସିଂହାର ବେଶ : ଭୋର ୩ଟା ୧୫ମି
- ବଡ଼ସିଂହାର ଭୋଗ : ଭୋର ୩.୩୦ମି
- ରାତି ପହୁଡ଼ : ଭୋର ୩ଟା ୪୫ ମି
-Advertisement-