ପଳାସପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା

ଚାନ୍ଦବାଲି,୧/୪:କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍‌ ଜାରି ରହିଛି। କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାସପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ। ଲୋକଙ୍କ ଭିଡ଼ ଯୋଗୁ ଅଳ୍ପ ସମୟରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ସାରି କ୍ରାଇମବ୍ରାଞ୍ଚ ଟିମ୍‌ ଫେରିଥିଲା। କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ରିମାଣ୍ଡରେ ଆଣି ୪ ଜଣଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚକୁ ମିଳୁଛି ନୂଆ ନୂଆ ତଥ୍ୟ ବାହାରୁଛି । କେବଳ ମେମୋରି ଚିପ୍ ପାଇଁ ଏହି ହତ୍ୟାକାଣ୍ଡ ଘଟିନି ବରଂ ଏହା ପଛରେ ଆହୁରି କିଛି କାରଣ ଥିବା କ୍ରାଇମବ୍ରାଞ୍ଚ ଅନୁମାନ କରୁଛି । ମାନସ ଶର୍ମିଷ୍ଠାଙ୍କୁ ବ୍ଲାକମେଲ କରୁଥିଲେ କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲିଛି । ତେବେ ମାନସଙ୍କୁ ହତ୍ୟାକାରୀ ନିଶାଗ୍ରସ୍ତ ଅବସ୍ଥାରେ ପିଟିଥିବା ଅନୁମାନ କରାଯାଉଛି । ଅତ୍ୟଧିକ ମାଡ଼ ଯୋଗୁଁ ମାନସଙ୍କ ମୃତ୍ୟୁ ଘଟିଥିଲା । ରିମାଣ୍ଡରେ ଆଣି ୪ ଜଣଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ଏହି ସୂଚନା ପାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ମାନସ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମକୁ ଆଣି ତଦନ୍ତ କରୁଛି । ଆଶ୍ରମ ଭିତରେ ମାନସଙ୍କୁ କିପରି ହତ୍ୟା କରାଗଲା, ତାହାର ଡେମୋ ଦେଖାଉଛନ୍ତି ଶର୍ମିଷ୍ଠା । ହତ୍ୟାରେ ବ୍ୟବହୃତ ହତିଆର ଓ ସାମଗ୍ରୀ କେଉଁଠି ଫିଙ୍ଗିଛନ୍ତି ତାହା କ୍ରାଇମବ୍ରାଞ୍ଚକୁ ଦେଖାଇଉଛନ୍ତି । ଶର୍ମିଷ୍ଠା ଏହା ପୂର୍ବରୁ ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ପ୍ରଥମେ ଚାନ୍ଦବାଲିର ପଳାଶପୁରରେ ପହଞ୍ଚିଥିଲେ । ସେଠାରେ ମାନସ ଯେଉଁ ବିବାହର ସୁଟିଂ ପାଇଁ ଯାଇଥିଲେ ଓ ଯେଉଁ ଜାଗାରୁ ମାନସଙ୍କୁ ଅପହରଣ କରାଯାଇଥିଲା, ସେହି ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା । ପାଖରେ ଥିବା ବଧିମୁହାଁ ସାହିର ଦୋଳ ମଣ୍ଡପରେ ସେମାନେ ବସିଥିଲେ । ସେଇଠି ବସି ମାନସଙ୍କୁ ଅପହରଣ କରିବା ଲାଗି ଷଡଯନ୍ତ୍ର କରିଥିଲେ ବୋଲି ଶର୍ମିଷ୍ଠା କହିଥିବା କୁହାଯାଇଛି । ପରେ ପୁଣି ତାଙ୍କୁ ମାନସଙ୍କ ମୃତଦେହ ଫିଙ୍ଗା ଯାଇଥିବା ନୟାଗଡ଼ ଜିଲ୍ଲା ରଣପୁରର ସେହି ସ୍ଥାନକୁ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।ଅନ୍ୟପକ୍ଷେ, ମାନସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୁକ୍ତ ରଞ୍ଜନ ସବୁ ସତ ମାନିଥିବା କ୍ରାଇମବ୍ରାଞ୍ଚର ସୂଚନା ଦେଇଛି। ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରାଯାଇଥିବା କଥା କଥା ରଞ୍ଜନ ସ୍ୱୀକାର କରିଛି। ସବୁ ସତ ଓଗାଳି ରଞ୍ଜନ କହିଛି ଯେ, ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା। ଆଶ୍ରମରେ ନିରଞ୍ଜନ ସେଠୀ ସହ ଅନ୍ୟମାନେ ମାନସଙ୍କୁ ପିଟିଥିଲେ। ପିଟି ପିଟି ହତ୍ୟା ପରେ ଶର୍ମିଷ୍ଠାଙ୍କ କାରରେ ଶବ ନୟାଗଡ଼ ଜିଲ୍ଲା ରଣପୁର ନିଆଯାଇ ଥିଲା। ନୟାଗଡ଼ ରଣପୁର ଅଞ୍ଚଳରେ ଶବ ପୋତିବା ପରେ ସେଠୁ ଫେରିଥିଲେ। ଫେରିବା ବେଳେ ଚଣ୍ଡିଖୋଲ ନିକଟରେ ମାନସର ଜିନିଷପତ୍ର ପୋଡ଼ି ଦିଆଯାଇଥିଲା।