ନୂଆଦିଲ୍ଲୀ ୧୪/ ୪ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ବିଭିନ୍ନ ପ୍ରସଙ୍ଗକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୋଦି । ଶେହବାଜ ସରିଫ୍ ପଦ ଭାର ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଚିଠି ଲେଖିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ।ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦି ଶେହବାଜ ସରିଫ୍ଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆତଙ୍କବାଦ ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ଏହା ସହିତ ମୋଦି ଲେଖିଛନ୍ତି, ଭାରତ ମଧ୍ୟ କଥାବାର୍ତ୍ତା ସହିତ ମିଳିତ ଭାବେ ଆତଙ୍କବାଦ ଏବଂ ଗରିବି ସହ ଅନ୍ୟ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ । ପାକିସ୍ତାନ ସହ ମିଳିତ ଭାବେ ବିଭିନ୍ନ ସମସ୍ୟାର ସମାଧାନ କରିହେବ ବୋଲି ଚିଠିରେ ଲେଖିଛନ୍ତି ।