ପୂର୍ବତନ ଏନଏସଇ ଏମଡି ତଥା ସିଇଓ ଚିତ୍ରା ରାମକୃଷ୍ଣ ଗିରଫ

ନୂଆଦିଲ୍ଲୀ ,୦୭/୦୩ : ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅର୍ଥାତ୍ NSE ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ରବିବାର ବିଳମ୍ବିତ ରାତିରେ ସିବିଆଇ ଗିରଫ କରିଛି ।  ଚିତ୍ରାଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) କୋ-ଲୋକେସନ ମାମଲାରେ ଗିରଫ କରିଥିବା ଜଣାପଡ଼ିଛି । ସିବିଆଇ ଅଧିକାରୀମାନେ ଚିତ୍ରାଙ୍କୁ ଦିଲ୍ଲୀରୁ ଗିରଫ କରିଥବବା ବେଳେ ସେଠାରେ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା । ଏହି ମାମଲାରେ ସିବିଆଇ ଟିମ୍ ତାଙ୍କୁ ତିନିତିନ ଧରି ପଚରାଉଚରା କରିଥିଲା । ଗତ ମାସରେ ସିବିଆଇ ଚିତ୍ରାଙ୍କ ସହଯୋଗୀ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଥିଲା ।ଏହାପୂର୍ବରୁ ଶନିବାର ଦିନ ଦିଲ୍ଲୀର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିତ୍ରା ରାମକୃଷ୍ଣଙ୍କୁ ଏନଏସଏ ସହ- ଅନ୍ୟ ମାମଲାରେ ଜାମିନ ନାମଞ୍ଜୁର କରିଦେଇଛନ୍ତି । ନିକଟରେ, ରାମକୃଷ୍ଣଙ୍କୁ ଏନଏସଇ ‘କଲୋକେସନ୍’ ମାମଲାରେ ସିବିଆଇ ପଚରାଉଚରା କରିଥିଲା । ଆୟକର ବିଭାଗ ପୂର୍ବରୁ ମୁମ୍ବାଇ ଏବଂ ଚେନ୍ନାଇର ଚିତ୍ରା ରାମକୃଷ୍ଣଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଚଢାଉ କରିଥିଲା । ବଜାର ନିୟାମକ SEBI ର ସ୍କାନରରେ ରାମକୃଷ୍ଣ ମଧ୍ୟ ଅଛନ୍ତି । ନିକଟରେ ଏକ ସିବିଆଇ କୋର୍ଟ NSE ର ଗ୍ରୁପ୍ ଅପରେଟିଂ ଅଫିସର ତଥା ପୂର୍ବତନ ଏମଡି ରାମକୃଷ୍ଣଙ୍କ ପରାମର୍ଶଦାତା ଆନନ୍ଦ ସୁବ୍ରମଣ୍ୟମଙ୍କୁ ସିବିଆଇ ହେପାଜତକୁ ପଠାଇଛନ୍ତି। ତାଙ୍କୁ ଏନଏସଏ ମାମଲାରେ ଚେନ୍ନାଇରୁ ସିବିଆଇ ଗିରଫ କରିଥିଲା।