ବ୍ରହ୍ମଗିରି,୧୦/୦୨ : ବ୍ରହ୍ମଗିରିରେ ଗୋଷ୍ଠୀ ସଙ୍ଘର୍ଷ। ଦୁଇ ଗୋଷ୍ଠୀ ମୁହାଁମୁହିଁ। ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର । ଗୁରୁବାର ବ୍ରହ୍ମଗିରି ବ୍ଲକ୍ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ସକାଳୁ ଏଭଳି ଅଘଟଣ ଘଟିଛି। ସୂଚନାନୁଯାୟୀ, ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ଆଜି ସକାଳୁ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଏହାପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଟେକାପଥର ସହ ଠେଙ୍ଗା ମାଡ ଆରମ୍ଭ ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚିକିତ୍ସା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।