ବ୍ରାହ୍ମଣୀ ସେତୁରେ ବ୍ରିଜ୍ ତଳକୁ ଖସିଲା ଟ୍ରେଲର

ଢ଼େଙ୍କାନାଳ ୧୯/୦୨: ଢ଼େଙ୍କାନାଳ କାମାକ୍ଷାନଗର ବ୍ରାହ୍ମଣୀ ନଦୀ ବ୍ରିଜରେ   ସଡକ ଦୁର୍ଘଟଣା ଘଟିଛି।​‌ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।  ଆଉଜଣେ ଗୁରୁତର ହୋଇଛନ୍ତି। ଆଜି ଭୋର ସମୟରେ ଏକ ଲୁହା ବୋଝେଇ ଟ୍ରେଲ୍ ଦୃତଗତିରେ ଯାଉଥିବା ବେଳେ କାମାକ୍ଷାନଗର-କମଗରା ବ୍ରାହ୍ମଣୀ ବ୍ରିଜ ବାଡ଼ ଭାଙ୍ଗି ନଦୀ ତଳକୁ ଖସିପଡିଥିଲା।  ୩୦ ଫୁଟ ପୋଲ ତଳକୁ ଖସି ପଡିଲା ଲୁହା ବୋଝେଇ ଟ୍ରଲର। ଟ୍ରଲରଟି ନଦୀକୁ ଭିତରକୁ ଖସି ପଡିବାରୁ ଡ୍ରାଇଭର ଓ ହେଲ୍ପର କ୍ୟାବିନ୍‌ରେ ରହିଯାଇଥିଲେ। ​‌ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ୨ଜଣଙ୍କୁ ଉଦ୍ଧାର କରାଯାଇ ଜଣେ ଅଁଳାବେରେଣୀ ମେଡିକାଲ ଏବଂ ଅନ୍ୟ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ସଦରଥାନା ପୋଲିସ ପହଞ୍ଚି ଥିବା ଜଣାପଡିଛି।     ତେବେ ସୋମାନଙ୍କ ପରିଚୟ ଜଣାପଡିନାହିଁ। ଦୁର୍ଘଟଣା ଯୋଗୁଁ ବ୍ରିଜରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା।