ମାହାଙ୍ଗା ଗଣହତ୍ୟା: ଶିବର ପତ୍ନୀ କହିଲେ ଲୋମଟାଙ୍କୁରା କାହାଣୀ

ମାହାଙ୍ଗା ୧୩/୦୪:  କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା ଘଟଣା   । କେନ୍ଦ୍ର କରି ବଡ଼ଭାଇଙ୍କ ପୂରା ପରିବାରକୁ ମୂଳପୋଛ କରିଦେଇଛି ହତ୍ୟାକାରୀ ସାନଭାଇ । ବଡ଼ ଭାଇ ପରିବାରର ୫ ଜଣଙ୍କୁ ସାନ ଭାଇ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ଅଭୁଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ସ୍ୱୀକାର କରିଛନ୍ତି । ତାଙ୍କୁ ବି ଶିବୁ ମାରିବା ପାଇଁ ଗୋଡାଇବାରୁ ଘରୁ ଦୌଡି ପଳାଇବା ସହ ରାତି ସାରା ଅନ୍ୟତ୍ର ଆଶ୍ରହ ନେଇଥିବା ବୟାନ୍‌ରେ କରିଛନ୍ତି।  ଭୋର୍‌ ୪ଟାରେ ଘରେ ପଶି, ଶୋଇଥିବା ଅବସ୍ଥାରେ ବଡ଼ଭାଇ, ଭାଉଜ, ଝିଆରୀ ଓ ଦୁଇ ପୁତୁରାଙ୍କୁ କଟୁରିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ଅଭିଯୁକ୍ତ ସାନଭାଇ । ହତ୍ୟା ପରେ ଭିଡିଓ ରେକର୍ଡିଂ କରି ଦୋଷ ସ୍ୱୀକାର କରିବା ସହ ନିକଟସ୍ଥ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଶିବ ପ୍ରସାଦ ସାହୁ (୪୨) । ମୃତକମାନେ ହେଲେ କୁସୁପୁର ଗ୍ରାମର ଅଲେଖ ପ୍ରସାଦ ସାହୁ(୪୬), ପତ୍ନୀ ରଶ୍ମିରେଖା ସାହୁ(୩୮), ଝିଅ ସ୍ମୃତିସନ୍ଧ୍ୟା ସାହୁ(ପାୟଲ୍‌, ୧୮ ବର୍ଷ), ବଡ଼ପୁଅ ସ୍ମୃତିସାହିଲ୍‌ ସାହୁ(ଗୁଡୁ, ୧୬ବର୍ଷ) ଓ ସାନପୁଅ ସ୍ମୃତିସୌରଭ ସାହୁ(ରିଷି, ୧୫ବର୍ଷ) ।  ସୋମବାର ଦିନ ଅଲେଖ ଓ ଶିବଙ୍କ ପରିବାର ଭିତରେ ଗଣ୍ଡଗୋଳ ହୋଇଥିବା ବେଳେ ସେଠାରେ ଶିବଙ୍କ ପତ୍ନୀ ସୁନୀତା ସାହୁ ସେଠାରେ ଉପସ୍ଥିତ ଥିଲେ ।   ସେ କହିଛନ୍ତି ଯେ, ‘ସ୍ୱାମୀ ଚାବି ମାଗିଲେ, ସେମାନେ ନଦେବାରୁ ପାଟିତୁଣ୍ଡ ଆରମ୍ଭ ହେଲା । ସେମାନେ ସମସ୍ତେ ମିଶିକି ମାରିଲେ, ଇଏ ବି ମାରିଛନ୍ତି । ମୋତେ ବାହାରପଟୁ ସ୍ୱାମୀ କବାଟ ଦେଇଦେଲେ ।’ ଗତ ୧୦/୧୨ ବର୍ଷ ହେବ ସେମାନେ ହଇରାଣ କରି ଆସୁଥିଲେ । ସ୍ୱାମୀଙ୍କ ସହ ଆଉ କେହି ନଥିଲେ ବୋଲି ଅଭିଯୁକ୍ତ ଶିବଙ୍କ ପତ୍ନୀ କହିଛନ୍ତି । କିଏ କବାଟ ଖୋଲିଲା ବୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅଭିଯୁକ୍ତଙ୍କ ପତ୍ନୀ । ସେ କହିଛନ୍ତି ଯେ, ‘ସ୍ୱାମୀ କବାଟ ଖୋଲି କହିଲେ ପଳା ନଚେତ୍ ମାରିଦେବି । ମାହାଙ୍ଗା ହାଇ ପ୍ରୋଫାଇଲ୍ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ପରୀକ୍ଷା କରିଛି ମାହାଙ୍ଗା ପୋଲିସ । କଡ଼ା ସୁରକ୍ଷା ବଳୟ ଭିତରେ ମାହାଙ୍ଗା ଥାନାରୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶିବ ସାହୁକୁ ଅଣା ଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତକୁ ପୁଣି ଥାନାକୁ ନିଆଯାଇଛି । ସେପଟେ ମାହାଙ୍ଗା ଗଣହତ୍ୟା ଘଟଣାର ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପରେ ହେଵ ସିନ ରିକ୍ରିଏସନ । ଏନେଇ ସୂଚନା ଦେଇଛନ୍ତି ସାଲେପୁର ଏସ୍ ଡିପିଓ ।  

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply