ଲୋକନାଥ ମନ୍ଦିର ଭିତରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍

ପୁରୀ, ୧୪/୦୨ :  ଲୋକନାଥ ମନ୍ଦିର ଭିତରେ ମହିଳାଙ୍କ ବେକରୁ  ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ। ଛତ୍ରପୁର ଅଞ୍ଚଳର ମଞ୍ଜୁଳା ପାତ୍ର ଆଜି ସକାଳେ ତାଙ୍କ ପରିବାର ସହ ପୁରୀ ଆସି ଲୋକନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ ମନ୍ଦିର ଗର୍ଭଗୃହ ଭିତରେ ତାଙ୍କ ବେକରୁ କେହି ଜଣେ ଦୁର୍ବୃତ୍ତ ସୁନା ଚେନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ସୁନା ଚେନ୍‌ଟିର ଦାମ୍ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।ମନ୍ଦିର ଗର୍ଭଗୃହ ଭିତରେ ଭିଡର ସୁଯୋଗ ନେଇ କେହି ଜଣେ ମଞ୍ଜୁଳାଙ୍କୁ ଧକ୍କା ମାରି ଏହି ଲୁଟ୍ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ମଞ୍ଜୁଳା ବାସେଳୀ ସାହି ଥାନାରେ ଅଭିଯୋଗ କରିଛନ୍ତି।

-Advertisement-
-Advertisement-