Home ତାଜା ଖବର ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି,ଆଜି ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି,ଆଜି ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି,ଆଜି ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ, ୧୪/୦୨ :  ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା   ପ୍ରସ୍ତୁତି ଜାରି ରହିଛି । ଆସନ୍ତା ୧୯ରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ରହିଛି ଏବଂ ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ନେଇ ଆଜି ବୈଠକରେ ଆଲୋଚନା ହେବାକୁ ଯାଉଛି ।ଆଜି ଅପରାହ୍ନ ୩.୩୦ରେ ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ସହିତ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଭାବରେ ଶୃଙ୍ଖଳିତ ଭାବରେ ହୋଇପାରିବ ତାହା ଉପରେ ଆଜି ବୈଠକରେ ଆଲୋଚନା ହେବାକୁ ଯାଉଛି ।