କୋରାପୁଟ୍,୩୧ା୧: ଏମିତି ଏ ସୌନ୍ଦର୍ଯ୍ୟ । ନୀଳ ଆକାଶ, ପାହାଡ଼, ସବୁଜ ବନଲତା । ମନଲୋଭା ସତେ । ଯେମିତି ଜଣେ ଚିତ୍ରକରର ଏଚିତ୍ରିତ ଚିତ୍ର । ହେଲେ ଏହାହିଁ ହେଉଛି ଓଡ଼ିଶାର କୋରାପୁଟ୍ର ଦେଓମାଳି ପର୍ବତମାଳା । ଈଶ୍ୱରଙ୍କ ସର୍ଜନାର ଅନନ୍ୟ ରୂପ । କୋରାପୁଟ୍ ସମିଳିଗୁଡ଼ା ରାସ୍ତାର ୭୦ କିଲୋମିଟର ଗଲେ ପଡ଼େ ଦେଓମାଳି ପର୍ବତମାଳା । ୧୬୭୨ ମିଟର ଉଚ୍ଚତା ବିଶିଷ୍ଟ ଏହି ପର୍ବତମାଳା ଓଡ଼ିଶାର ସବୁଠୁ ଉଚ୍ଚ ପର୍ବତମାଳା । ଜୀବନରେ ଥରେ ଦେଶ କି ବିଦେଶ ନୁହେଁ, ଏଇ ଓଡ଼ିଶାରେ ବୁଲି ଆସନ୍ତୁ ଦେଓମାଳି ପର୍ବତମାଳା । ମନ ଲାଖିଯିବ….
-Advertisement-
-Advertisement-