Home ଖେଳ କୁଦ ବ୍ଲକ ସ୍ତରୀୟ କ୍ରୀଡାର ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ

ବ୍ଲକ ସ୍ତରୀୟ କ୍ରୀଡାର ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ

ବ୍ଲକ ସ୍ତରୀୟ କ୍ରୀଡାର ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ

ପୁରୀ: ୩୧-୦୧-୨୦୨୨: ନେହେରୁ ଯୁବ କେନ୍ଦ୍ର ସଂଗଠନ ଓ ଜଙ୍ଗଲୀ କ୍ଲବ(ପୁରୀ) ମିଳିତ ଆନୁକୂଲ୍ୟରେ ଚାଲୁଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଦ୍ଵିତୀୟ ପର୍ଯ୍ୟାୟ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଶନିବାର ଠାରୁ ପୁରୀ ଇନଡୋର ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଥିବା ଏହି କ୍ରୀଡା ପ୍ରତିଯୋଗିତାରେ ସୋମବାର ଦିନ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଇନଡୋର ମର୍ଣିଙ୍ଗ କ୍ଲବ (ପୁରୀ) ଚାମ୍ପିୟାନ ହୋଇଥିବାବେଳେ ପୁରୀ କ୍ରୀଡା ଛତ୍ରାବାସ ରନର୍ସଅପ ହୋଇଅଛି। ଏହି ପ୍ରତିଯୋଗିତାରେ ଜଙ୍ଗଲୀ ଆଥଲେଟିକ୍ସ, ଇନଡୋର ମର୍ଣିଙ୍ଗ କ୍ଲବ, ପୁରୀ କ୍ରୀଡା ଛତ୍ରାବାସ ଓ ଇନଡୋର ଇଭିନିଙ୍ଗ କ୍ଲବ ଭାଗ ନେଇଥିଲେ। ସୋମବାର ହୋଇଥିବା ପ୍ରତିଯୋଗୀତାରେ ନେହେରୁ ଯୁବ ସଂଘର ଯୁବ ସଂଯୋଜକ ଶ୍ରୀଯୁକ୍ତ ଜୟଶଙ୍କର ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ବିଭୁତି ରାଉତ ରେଫରୀ ଭାବରେ ପ୍ରତିଯୋଗୀତା ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ଶ୍ରୀଯୁକ୍ତ ପି. ସନ୍ୟାସୀ ପାତ୍ର ସହ ରେଫରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଜଙ୍ଗଲୀ କ୍ଲବର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ କୁମାର ବେହେରା ଓ ସହ-ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ଭୋଇ ତଥା ଜଙ୍ଗଲି କ୍ଳବର ପ୍ରମୁଖ ସଦସ୍ୟ ଶ୍ରୀଯୁକ୍ତ ଅକ୍ଷୟ ସିଂ ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପରିଯୋଗିତାର ସଫଳ ଆୟୋଜନ କରିଥିଲେ।

Previous article ସୌନ୍ଦର୍ଯ୍ୟର ରୂପକାର ଦେଓମାଳି
Next article ୨୨ ଦିନ ପରେ ରତ୍ନ ସିଂହାସନରେ ଦର୍ଶନ ଦେଲେ ମହାବାହୁ
ଶ୍ରୀ ସଞ୍ଜୟ ଅଗ୍ରୱାଲ ପୁରୀ ସହରର ସ୍ଥାୟୀ ବାସିନ୍ଦା ଓ ପେଷାରେ ଜଣେ ସାମ୍ବାଦିକ । ଏକ ପ୍ରୀତିଷ୍ଟିତ ବ୍ୟବସାୟୀ ପରିବାରରୁ ଆସିଥିବା ଶ୍ରୀ ଅଗ୍ରୱାଲ ପୁରୀ ସହରରେ ଚୂନିଆ ବାବୁ ଭାବରେ ଭଲ ଭାବରେ ପରିଚିତ। ପେସା ସାମ୍ବାଦିକତା ହେଲେ ମଧ୍ୟ ଶ୍ରୀ ଅଗ୍ରୱାଲ ଜଣେ ଆଗ ଧାଡିର ଯୁବ ସାମାଜିକ କର୍ମୀ ଓ ପୁରୀର ବିଭିନ୍ନ ଅନୁଷ୍ଠାନ ସହ ଜଡିତ । ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବରେ ଶ୍ରୀ ଅଗ୍ରୱାଲଙ୍କୁ ପାଇ ପୁରୀ.ଭାରତ ଗର୍ବିତ !