ଅଟଳ ଟନେଲ ବିଶ୍ଵ ରେକର୍ଡ,ସର୍ବୋଚ୍ଚ ତଥା ସୁଦୀର୍ଘ ସୁଡ଼ଙ୍ଗ ରାଜପଥ

ନୂଆଦିଲ୍ଲୀ: ୧୧।୨: ମାନାଲି ଓ ଲାହାଉଲ୍‌ ସ୍ପିତି ଉପତ୍ୟକାକୁ ସଂଯୋଗ କରୁଥିବା ରାଜପଥର ରୋହତଙ୍ଗ ଗିରିପଥରେ ନିର୍ମିତ ଅଟଳ ଟନେଲ ବିଶ୍ଵ ରେକର୍ଡକରିଛି। ସମୁଦ୍ର ପତ୍ତନରୁ ୧୦ହଜାର ଫୁଟ ଉଚ୍ଚରେ ଏହା ବିଶ୍ଵର ସର୍ବୋଚ୍ଚ ତଥା ସୁଦୀର୍ଘ ସୁଡ଼ଙ୍ଗ ରାଜପଥ ଭାବେ ରେକର୍ଡ କରିଛି। ଏହି ୯.୦୨ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ପଥ ୨୦୨୦ ଅକ୍ଟୋବର ୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ପୂର୍ବରୁ ଶୀତ ଋତୁ ସହିତ ବର୍ଷକୁ ୬ମାସ ଏହି ରାଜପଥ ବନ୍ଦ ରହିଥାଏ; କିନ୍ତୁ ଏହି ଟନେଲ ନିର୍ମାଣ ଦ୍ବାରା ମାନାଲି ଓ ସାର୍ଚୁ ମଧ୍ୟରେ ୪୬କିମି ଦୂରତା ହ୍ରାସ ପାଇବା ସହ ବର୍ଷ ବ୍ୟାପୀ ଗମନାଗମନ ସୁବିଧା ହୋଇପାରିଛି। ବ୍ରିଟେନରେ ଆୟୋଜିତ ଏକ ବିଶେଷ ଉତ୍ସବରେ ଭାରତୀୟ ସେନାର ବର୍ଡର ରୋଡ୍ସ ଅର୍ଗାନାଇଜେସନ୍‌ (ବିଆରଓ)ର ମହାନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ପୁରସ୍କାର ଗ୍ରହଣ କରିଛନ୍ତି।