Home ଅପରାଧ ଅସୁରକ୍ଷିତ ରାଜଧାନୀ  : ଏଟିଏମ୍ ସାମ୍ନାରେ ପଡ଼ିଛି ସ୍ଵାମୀଙ୍କ ମୃତଦେହ, ସ୍ତ୍ରୀ ଗୁରୁତର

ଅସୁରକ୍ଷିତ ରାଜଧାନୀ  : ଏଟିଏମ୍ ସାମ୍ନାରେ ପଡ଼ିଛି ସ୍ଵାମୀଙ୍କ ମୃତଦେହ, ସ୍ତ୍ରୀ ଗୁରୁତର

ଅସୁରକ୍ଷିତ ରାଜଧାନୀ  : ଏଟିଏମ୍ ସାମ୍ନାରେ ପଡ଼ିଛି ସ୍ଵାମୀଙ୍କ ମୃତଦେହ, ସ୍ତ୍ରୀ ଗୁରୁତର

ଭୁବନେଶ୍ଵର, ୧୧/୦୪ : ରାଜଧାନୀରେ ବିଭତ୍ସ ହତ୍ୟା। କ୍ଷତବିକ୍ଷତ ଅବସ୍ଥାରେ ସ୍ଵାମୀଙ୍କ ମୃତଦେହ ଉଦ୍ଧାର, ସ୍ତ୍ରୀ ଗୁରୁତର। ଓରାଜଧାନୀରେ ମର୍ଡର। ରାଜଧାନୀ ଭୁବନେଶ୍ୱର ପିଏମ୍‌ଜି ଛକ ଫୁଟ୍‌ପାଥ୍‌ରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦମ୍ପତିଙ୍କ ଏକମାତ୍ର ପିଲାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ିନି। ଘଟଣାସ୍ଥଳରେ ଖାରବେଳନଗର ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। 

photo credit:OTV