Home ତାଜା ଖବର ଆଉ ନାହାଁନ୍ତି ଶେନ୍ ୱର୍ଣ୍ଣ

ଆଉ ନାହାଁନ୍ତି ଶେନ୍ ୱର୍ଣ୍ଣ

ଆଉ ନାହାଁନ୍ତି ଶେନ୍ ୱର୍ଣ୍ଣ
photo-Source-Indiatoday

ନୂଆଦିଲ୍ଲୀ,୪/୩: ପରଲୋକରେ ଲେଗ୍‌ସ୍ପିନ ଲିଜେଣ୍ଡ ଶେନ୍ ୱର୍ଣ୍ଣ। ଶୁକ୍ରବାର ମାତ୍ର ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ଥିବା ବେଳେ ତାଙ୍କର ପରଲୋକ ହୋଇଛି। ଥାଇଲାଣ୍ଡର କୋହ ସାମୁଇ ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ୱର୍ଣ୍ଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ୱର୍ଣ୍ଣଙ୍କୁ ମୃତ ଘୋଷଣା କରିଛନ୍ତି। ୱର୍ଣ୍ଣଙ୍କ ପରି ଜଣେ ମହାନ ଖେଳାଳିଙ୍କ ପରଲୋକରେ ପୂରା କ୍ରିକେଟ ଜଗତରେ ଶୋକରେ ବୁଡ଼ିଛି।୧୯୯୨ରୁ ୨୦୦୭ ପର୍ଯ୍ୟନ୍ତ ଦୀର୍ଘ ୧୬ ବର୍ଷର କ୍ରିକେଟ କ୍ୟାରିୟର ଭିତରେ ଶେନ୍ ୱର୍ଣ୍ଣ ଅନେକ ସଫଳତା ପାଇଛନ୍ତି। ଅନେକ ମହାନ ବ୍ୟାଟ୍ସମ୍ୟାନ୍‌ଙ୍କୁ ତାଙ୍କ ଗୁଗଲିରେ ଫସାଇ ଆଉଟ୍ କରିଛନ୍ତି। ଏହି ସମୟରେ ସେ ଦିନିକିଆରେ କ୍ୟାପ୍ଟେନ୍ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। କ୍ରିକେଟ୍ ଇତିହାସରେ ୱର୍ଣ୍ଣଙ୍କୁ ମହାନ ଖେଳାଳି ଭାବେ ବିବେଚନା କରାଯାଏ। ୧୯୯୨ ମସିହାରେ ଅଷ୍ଟ୍ରେଲିଆ ଟିମ୍‌ରେ ଡେବ୍ୟୁ କରିଥିବା ୱର୍ଣ୍ଣ। ଦଳ ପାଇଁ ୧୪୫ ଟେଷ୍ଟ ମ୍ୟାଚ୍ ଖେଳି ୭୦୮ ୱିକେଟ୍ ନେଇଥିଲେ। ଅନ୍ୟ ଅଷ୍ଟ୍ରେଲିଆ ଖେଳାଳିଙ୍କ ଠାରୁ ସେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେହିପରି ୧୯୯୩ରେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ ୱର୍ଣ୍ଣ। ଏଥିରେ ମଧ୍ୟ ସେ ୧୯୪ ମ୍ୟାଚ୍ ଖେଳି ୨୯୩ ୱିକେଟ୍ ନେଇଛନ୍ତି। ୨୦୦୭ରେ ସେ ତାଙ୍କ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସାରା ବିଶ୍ୱରେ ଶ୍ରୀଲଙ୍କାର ମୁଥୟା ମୁରଲୀ ଧରନଙ୍କ ପରେ ୱର୍ଣ୍ଣ ମୋଟ ୧୦୦୧ ୱିକେଟ୍ ନେଇ ଦ୍ୱିତୀୟ ସର୍ବାଧିକ ୱିକେଟ୍ ଟେକର ହେବାର ହାସଲ କରିବାର ଗୌରବ ଅର୍ଜନ କରିଥିଲେ।   

ଫଟୋ -Indiatoday