Home ତାଜା ଖବର  ଆଜିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ  ବିଧାନସଭା ବଜେଟ୍ ଅଧିବେଶନ  

 ଆଜିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ  ବିଧାନସଭା ବଜେଟ୍ ଅଧିବେଶନ  

 ଆଜିଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ  ବିଧାନସଭା ବଜେଟ୍ ଅଧିବେଶନ  

ଭୁବନେଶ୍ୱର,୨୫/୦୩: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନରେ ୬ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ଆଜି ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ରଖିବେ । ମାର୍ଚ୍ଚ ୩୦ରେ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ ।ତେବେ ବିଧାନସଭାରେ ବଜେଟ୍ ଅଧିବେଶନକୁ ନେଇ କମିଶନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି ।   ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳ ସମେତ ଧାରଣା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ବିଧାନସଭା ଫାଟକ ନିକଟରେ ସଶସ୍ତ୍ର ପୁଲିସ୍‌ ମୁତୟନ ହୋଇଛନ୍ତି । ୨ ୟୁନିଟ୍‌ ଏସ୍‌ଓଜି ୨୪ ଘଣ୍ଟିିଆ ପହରା ଦେବେ । ସୁରକ୍ଷା ବ୍ୟବସ୍ଥାରେ ଅତରିକ୍ତ କମିଶନର, ୪ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୦ ଆଇଆଇସି, ୮୯ ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ ନିୟୋଜିତ ହୋଇଛନ୍ତି ।ସ୍ଥିତି ଉପରେ ୧୦୦ରୁ ଊର୍ଦ୍ଧ୍ୱ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହି ୩୫ପ୍ଲାଟୁନ୍‌ ପୁଲିସ୍‌ ମଧ୍ୟରୁ ଲୋୟର ପିଏମ୍‌ଜିକୁ ଜଗି ରହିବେ ୮ ପ୍ଲାଟୁନ୍‌, ବିଧାନସଭା ବାହାରେ ଭିତରେ ରହିବେ ୧୫ ପ୍ଲାଟୁନ୍‌ । ତା’ଛଡା ବାକି ପୁଲିସ୍‌ କର୍ମଚାରୀ ରବିନ୍ଦ୍ର ମଣ୍ଡପ ଛକ, ଜୟଦେବ ଭବନ ପାଖ ଓ ଏମ୍‌ଏଲଏ କଲୋନୀରେ ରହିବେ । ନବୀନ ନିବାସ ପାଇଁ ସ୍ୱତନ୍ତ୍ର ପୁଲିସ ମୁତୟନ କରାଯାଇଛି । ଏନେଇ ବୁଧବାର ଅପରାହ୍ଣରେ ପୁଲିସ୍‌ ମହାନିର୍ଦ୍ଦଶେକ ସୁନୀଲ୍‌ ବଂଶଲ୍‌ ଲୋୟର ପିଏମ୍‌ଜି ବୁଲି ଦେଖିଥିଲେ ଅଧିବେଶନ ଚାଲିଥିବା ସମୟରେ ଯେମିତି କୌଣସି ପ୍ରକାର ଅଘଟଣା ନ ଘଟେ ସେ ଦିଗରେ ଦୃଷ୍ଟି ଦେବାକୁ ପୁଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ ।