ଆଜି ସକାଳ ୮ଟାରୁ ଆରମ୍ଭ ପୌର ନିର୍ବାଚନ ଭୋଟ ଗଣତି

ଭୁବନେଶ୍ୱର ୨୬।୦୩ :  ଆଜି ସକାଳ ୮ଟାରୁ ଆରମ୍ଭ ପୌର ନିର୍ବାଚନ ଭୋଟ ଗଣତି ।  ସିଲ୍ ଇଭିଏମ୍‌ରୁ ଖୋଲିବ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ।   ଏଥିନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶୃଙ୍ଖଳା ସୃଷ୍ଟି ହେବାରୁ କେବଳ ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାବେଳେ ସେଠାରେ ଭୋଟ୍‌ ଗଣତି ହେବ ନାହିଁ ।   ୫୮ ଟି ଏନ୍‌ଏସି, ୪୭ ପୌରପରିଷଦ ଏବଂ ୩ଟି ମହାନଗର ନିଗମ ପାଇଁ ଭୋଟ୍‌ ଗଣତି କରାଯିବ । ପ୍ରତି ଏନ୍‌ଏସିର ଗଣତି କେନ୍ଦ୍ରରେ ୨ଟି ଟେବୁଲର ବ୍ୟବସ୍ଥା କରାଯାଇଥିବା ବେଳେ ମ୍ୟୁନିସିପାଲିଟି ପାଇଁ ୫ଟି ଓ ମହାନଗର ନିଗମ ପାଇଁ ୧୨ଟି ଟେବୁଲରେ ଗଣତି ନିମନ୍ତେ ବ୍ୟବସ୍ଥା କରାଯାଇଛି । କାଉନ୍‌ସିଲର୍‌ ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା କରାଯାଇଛି ସେତିକି ଟେବୁଲରେ ପୌରାଧ୍ୟକ୍ଷ ଓ ମେୟରଙ୍କ ପାଇଁ ଗଣତି କରାଯିବ । ପ୍ରତି ଗଣତି କେନ୍ଦ୍ର ଭିତରେ ଓ ବାହାରେ କଡା ସୁରକ୍ଷା  ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଗଣତି କେନ୍ଦ୍ର ଗୁଡ଼ିକରେ ସିସିଟିଭି ଲଗାଯିବା ସହ ଭିଡିଓ ଗ୍ରାଫିର ବ୍ୟବସ୍ଥା କରାଯାଇଛି । ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା କରାଯିବ । ସେହିପରି ମେୟର ଓ ପୌରାଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ଗଣତି ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁରଭାଇଜର, ସହକାରୀଙ୍କ ସହ ଇଭିଏମ୍‌ ନେବା ଆଣିବା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ ।  ତେବେ ଗତ ଥର ଅପେକ୍ଷା ଏଥର ମତଦାନ ହାର ଅଧିକ ରହିଛି ।

-Advertisement-
-Advertisement-