Home ତାଜା ଖବର ପଶ୍ଚିମବଙ୍ଗ ବୀରଭୂମ ହିଂସା ମାମଲାର ତଦନ୍ତ କରିବ CBI

ପଶ୍ଚିମବଙ୍ଗ ବୀରଭୂମ ହିଂସା ମାମଲାର ତଦନ୍ତ କରିବ CBI

ପଶ୍ଚିମବଙ୍ଗ ବୀରଭୂମ ହିଂସା ମାମଲାର ତଦନ୍ତ କରିବ CBI

କୋଲକାତା,୨୫।୩: ପଶ୍ଚିମବଙ୍ଗ ବୀରଭୂମ ହିଂସା ମାମଲାର ତଦନ୍ତ କରିବ ସିବିଆଇ । ଏନେଇ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏସଆଇଟି କୁ ମାମଲା ସହ ଜଡ଼ିତ ସବୁ ତଥ୍ୟ ସିବିଆଇ କୁ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ହୋଇଛି । ଏପ୍ରିଲ୍ ୭ରେ ହେବ ମାମଲାର ପରବର୍ତ୍ତି ଶୁଣାଣି ହେବ । ପଶ୍ଚିମବଙ୍ଗର ବୀରଭୂମି ରାମପୁରହାଟରେ ଘଟିଥିବା ବିଭତ୍ସ ହିଂସା ମାମଲାରେ ଜିଲ୍ଲା ଏସପି ନଗେନ୍ଦ୍ର ନାଥ ତ୍ରିପାଠୀଙ୍କୁ ନିମ୍ବିତ କରାଯାଇଛି । ସ୍ଥାନୀୟ ତୃଣମୂଳ ନେତା ତଥା ବ୍ଲକ ସଭାପତି ଅନାରୁଲ ହୁସେନଙ୍କୁ ମଧ୍ୟ ଆଜି ଗିରଫ କରାଯାଇଛି । ଏହି ମାମଲାରେ ଗତକାଲି ସନ୍ଧ୍ୟା ସୁଦ୍ଧା ୨୧ ଜଣ ଗିରଫ ହେଲେଣି ।ରାମପୁର ହାଟ ହିଂସା ଘଟଣାର ତଦନ୍ତ ପାଇଁ ସିବିଆଇକୁ ଏନେଇ ଆଜି କଲକାତା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପିଲ ୭ ସୁଦ୍ଧା ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜନୈତିକ ହିଂସାରୁ ବୀରଭୂମରେ ୮ ଜଣଙ୍କୁ ହତ୍ୟା କରାଯାଇଥିଲା। ୮ ଜଣଙ୍କୁ ଏକ ଘରେ ପୁରାଇ କିଛି ଦୁର୍ବୃତ୍ତ ଜିଅନ୍ତା ଜାଳି ଦେଇଥିଲେ। ମାର୍ଚ୍ଚ ୨୨ରେ ଘରେ ନିଆଁ ଲଗାଇ ପଶ୍ଚିମବଙ୍ଗର ବୀରଭୂମର ରାମପୁରହାଟ ଅନ୍ତର୍ଗତ ବୋଗତୁଇ ଗ୍ରାମରେ ୮ ଜଣ ଲୋକଙ୍କୁ ଜିଅନ୍ତା ପୋଡି ଦିଆଯାଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ଶିଶୁ ମଧ୍ୟ ଥିଲେ। ଏହାସହ ଏହି ଘଟଣାର ଦିନକ ପୂର୍ବରୁ ଜଣେ ତୃଣମୂଳ କଂଗ୍ରେସର ନେତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଲୋମଟାଙ୍କୁରା ଘଟଣା ପରେ ସ୍ଥାନୀୟ ଲୋକେ ଗାଁ ଛାଡି ପଳାଇଥିବା ମଧ୍ୟ ଖବର ମିଳିଥିଲା। ଏହି ଘଟଣାରେ ଏଯାଏଁ ୨୦ ଜଣଙ୍କୁ ଗିରଫ କରାଯାଇଛି।