Home ତାଜା ଖବର ଆମକୁ ମଧ୍ୟ ଅଖଣ୍ଡ ଭାରତ ଦରକାର…ଭାରତରେ ରୁଷ ପରି ପଦକ୍ଷେପ ନେବାକୁ ଦାବି

ଆମକୁ ମଧ୍ୟ ଅଖଣ୍ଡ ଭାରତ ଦରକାର…ଭାରତରେ ରୁଷ ପରି ପଦକ୍ଷେପ ନେବାକୁ ଦାବି

ଆମକୁ ମଧ୍ୟ ଅଖଣ୍ଡ ଭାରତ ଦରକାର…ଭାରତରେ ରୁଷ ପରି ପଦକ୍ଷେପ ନେବାକୁ ଦାବି

ନୂଆଦିଲ୍ଲୀ ,୨୬।୦୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁନିଆକୁ ଭ୍ରୁକ୍ଷେପ ନକରି ପୂରା ଶକ୍ତି ସହ ୟୁକ୍ରେନ ଉପରେ ହମଲା କରିଛି। ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ଅନେକ କଟକଣା ଏବଂ ନିନ୍ଦା ସତ୍ତ୍ଵେ ବି ରୁଷ  ନିଜର ପଦକ୍ଷେପକୁ ନେଇ ଅଟଳ ରହିଛି। ଏବେ ଭାରତରେ ରୁଷ ପରି ପଦକ୍ଷେପ ନେବାକୁ ଦାବି ଉଠିଛି।ଋଷର ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଭାରତୀୟ ସୋସିଆଲ ମିଡିଆ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଆକ୍ରମଣକୁ ନିନ୍ଦା କରୁଥିବା ବେଳେ କେତେକ ହିଂସାକୁ ପ୍ରଶଂସା କରୁଛନ୍ତି। ସେହିଭଳି କିଛି ଲୋକ ପୁଟିନଙ୍କୁ ପ୍ରଶଂସା କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରି ଅଖଣ୍ଡ ଭାରତ ଗଠନ କରିବାକୁ ଦାବି କରୁଛନ୍ତି। ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ପୁଟିନ୍ ପୁଣିଥରେ ସୋଭିଏତ୍ ଋଷ ଗଠନ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି । ଏବେ ସୋସିଆଲ ମିଡିଆରେ ପାକିସ୍ତାନ ଦ୍ୱାରା ପରିଚାଳିତ କାଶ୍ମୀର ଏବଂ ପାକିସ୍ତାନ ଏବଂ ଚୀନ୍‌ରୁ ଆକସାଇ ଚିନ୍ ଭଳି ବିବାଦୀୟ ଅଞ୍ଚଳକୁ ଭାରତ ଛଡ଼ାଇ ଆଣିବାକୁ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରାଯାଇଛି । ଅଖଣ୍ଡ ଭାରତ ସେହି କ୍ଷେତ୍ରକୁ ବୁଝାଏ ଯାହା ପାକିସ୍ଥାନ ଏବଂ ଚୀନ୍ ସହିତ ଭାରତର ଅନେକ ପଡୋଶୀ ଦେଶରେ ବିବାଦୀୟ ଅଞ୍ଚଳ ଅନ୍ତର୍ଭୂକ୍ତ ଅଛି । ଅତୀତରେ ବିଜେପି ଏବଂ ଆରଏସଏସ ସଦସ୍ୟମାନେ ମଧ୍ୟ ଏହି ଦାବି ଉଠାଇଛନ୍ତି।