Home ଜାତୀୟ କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ରଙ୍କୁ ଆମାଜନର ୧.୦୮ କୋଟିର ଅଫର

କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ରଙ୍କୁ ଆମାଜନର ୧.୦୮ କୋଟିର ଅଫର

କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ରଙ୍କୁ ଆମାଜନର ୧.୦୮ କୋଟିର ଅଫର
Image source:DNA India

ନୂଆଦିଲ୍ଳୀ ୨୭।୦୪ : ୨୦୨୨ ମସିହାରେ ଏନଆଇଟି ପାଟନା ପୁଣି ଥରେ ରେକର୍ଡ କରିଛି । ଫେସ୍‌ବୁକ୍‌, ଗୁଗୁଲ୍‌ ପରେ ବର୍ତ୍ତମାନ ସିଏସ୍‌ଇ ବ୍ରାଞ୍ଚର ଛାତ୍ର ଅଭିଷେକ କୁମାରଙ୍କୁ ଆମାଜନ ୧.୦୮ କୋଟିର ପ୍ୟାକେଜର ଅଫର ଦେଇଛି । ଆମାଜନ ପ୍ରଥମ ଥର ପାଇଁ ଜଣେ ଛାତ୍ରଙ୍କୁ ଏନଆଇଟି ପାଟନାରୁ ଆନ୍ତର୍ଜାତୀୟ ସ୍ତର ଭାବରେ ଚୟନ କରିଛି । ୨୧ ଏପ୍ରିଲ୍‌ରେ ଆମାଜନ୍‌ ପାଇଁ ଅଭିଷେକ ଏକ କୋଡିଂ ପରୀକ୍ଷା ଦେଇଥିଲେ । ଯାହା ତିନି ରାଉଣ୍ଡର ଇଣ୍ଟରଭ୍ୟୁ ଚାଲିଥିଲା । ଶେଷରେ ଜର୍ମାନୀ ଆମାଜନରୁ ଅଭିଷେକ୍‌ଙ୍କୁ କଲ ଆସିଥିଲା । କୁହାଯାଇଥିଲା କି ତାଙ୍କୁ ଚୟନ କରାଯାଇଛି । ଯାହା ପରେ ଅଭିଷେକ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ଖୁସିର ସୀମା ରହି ନଥିଲା। ବର୍ତ୍ତମାନ ସମସ୍ତେ ଅଭିଷେକଙ୍କୁ ଶୁଭେଚ୍ଛା ପଠାଇବାରେ ଲାଗିଛନ୍ତି । ଅଭଷେକଙ୍କ ବାପା ଓକିଲ୍‌ ଥିବା ବେଳେ ମାଆ ଗୃହୀଣି ଅଟନ୍ତି । ଏହି ସଫଳତାକୁ ନେଇ ଅଭିଷେକ କହିଛନ୍ତି କି – ପୂର୍ବରୁ ତାଙ୍କୁ ପେଟିଏମ୍‌ ପାଇଁ ୧୬ ଲକ୍ଷ ଟଙ୍କାର ଅଫର ଆସିଥିଲା । ହେଲେ ମୁଁ ସେଥିରେ ଜଏନ୍‌ କରିନଥିଲି ।  ଯଦି ମୁଁ ପେଟିଏମ୍‌ରେ ହଁ ଭରି ଦେଇଥାନ୍ତି ବୋଧ ହୁଏ ଏତେ ବଡ ସପଳତା ହାସଲ କରି ପାରି ନଥାନ୍ତି । ଅଭିଷେକଙ୍କ ଏହି ସଫଳତା ପାଇଁ ବାପା-ମାଆ ଦୁହେଁ ପୁଅ ଉପରେ ବହୁତ ଗର୍ବ ଅନୁଭବ କରୁଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ଅଭିଷେକ ଜର୍ମାନୀର ବର୍ଲିନ ଯାଇକି ଅଫିସ୍‌ରେ ଜଏନ୍‌ କରିବେ । ଅନ୍ୟପଟେ ପୂର୍ବରୁ ସର୍ବାଧିକ ପ୍ୟାକେଜ୍‌ରେ ଇଲୋକ୍ଟ୍ରୋନିକ୍ସ ଓ କମ୍ୟୁନିକେସନର ଅଦିତି ତିୱାରୀଙ୍କୁ  ଫେସ୍‌ବୁକ୍‌ ବାର୍ଷିକ ବେତନ ହିସାବରେ ୧.୬ କୋଟିର ଅଫର ଦେଇଥିଲା । ହେଲେ ଆଦିତିଙ୍କ ପୂର୍ବରୁ ପାଟନାର ସମ୍ପ୍ରିତି ଯାଦବକୁ ଗୁଗୁଲ୍‌ ୧.୧ କୋଟିର ପ୍ୟାକେଜ୍‌ ଅଫର କରିଥିଲା । ହେଲେ ଚଳିତ ବର୍ଷ  ଏନ୍‌ଆଇଟି ପ୍ଲେସ୍‌ମେଣ୍ଟରେ ରେକର୍ଡ ଭାଙ୍ଗିଛି ।