କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଝଟକା

ନବରଙ୍ଗପୁର, ୦୩/୦୩ : ନବରଙ୍ଗପୁର ଜିଲ୍ଲାରେ  ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁରେ ଭୂମିକମ୍ପ ଝଟକା ଲାଗିଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ୬ ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି। ପୂର୍ବାହ୍ମ ୧୧ଟା ୨୯ ମିନିଟରେ ଭୂମିକମ୍ପ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି କଳାହାଣ୍ଡି ।  ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଏହି ଅଞ୍ଚଳରେ କେତେକ ଘରର କାନ୍ଥରେ ଫାଟ ଦେଖିବାକୁ ମିଳିଛି।   ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ଡାବୁଗାଁ ବ୍ଲକରେ ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ବାହାରି ଆସିଥିଲେ।