Home ତାଜା ଖବର କିଟ୍ ର ୧୮ତମ ପ୍ରତିଷ୍ଠା ଦିବସ

କିଟ୍ ର ୧୮ତମ ପ୍ରତିଷ୍ଠା ଦିବସ

କିଟ୍ ର ୧୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୧୬/୦୨: କିଟ୍ ମାନିତ ବିଶ୍ୱବିଦ୍ୟାଳୟ ତାର ୧୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ବୁଧବାର ଦିନ କିଟ୍ କନଭେନସନ୍ ସେଣ୍ଟର ଠାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସରେ ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ ଯୋଜନାର ଭାରତରେ ଅବସ୍ଥାପିତ ରାଷ୍ଟ୍ରୀୟ ନିର୍ଦ୍ଧେଶକ ଶ୍ରୀଯୁକ୍ତ ବିଶୋ ପାରାଜୁଳି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଷ୍ଠା ଦିବସ ଅଭିଭାଷଣ ରଖିଥିଲେ । ଏହି ଉତ୍ସବରେ କିଟ୍ କିସ୍ ର ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ (କନ୍ଧମାଳ) ଡ. ଅଚ୍ୟୁତ ସାମନ୍ତ ଓ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।