Home ତାଜା ଖବର ଗୋପରୁ ମିଳିଲା ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ପେଟ୍ରୋଲର ଭଣ୍ଡାର

ଗୋପରୁ ମିଳିଲା ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ପେଟ୍ରୋଲର ଭଣ୍ଡାର

ଗୋପରୁ ମିଳିଲା ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ପେଟ୍ରୋଲର ଭଣ୍ଡାର

ପୁରୀ,୧୦/୦୪: ଗୋପରୁ ମିଳିଲା ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ପେଟ୍ରୋଲର ଭଣ୍ଡାର।  ଗୋପ ବ୍ଲକ୍‌ର ଦୁଇଟି ପଞ୍ଚାୟତରେ ପ୍ରାକୃତିକ ଗ୍ୟାସ୍‌ ଓ ପେଟ୍ରୋଲ ରହିଥିବା ଅଏଲ ଇଣ୍ଡିଆ କମ୍ପାନୀ ଦ୍ୱାରା ଖନନ ପରେ ଜଣାପଡ଼ିଥିଲା । ଶନିବାର ପୂର୍ବାହ୍ନରେ ଅଏଲ୍‌ ଇଣ୍ଡିଆ ର ସିଜିଏମ୍‌ ଡ଼ଃ ବିରଞ୍ଚି ନାରାୟଣ ସାହୁଙ୍କ ନେତୃତ୍ୱ କ୍ରମେ ଏକ ୬ ଜଣିଆ ଟିମ୍‌ ଗୋପ ବ୍ଲକ ଅଞ୍ଚଳ ୨ ଗୋଟି ପଞ୍ଚାୟତ ରେ ପହଞ୍ଚି ବିଭିନ୍ନ ବର୍ଗର ଚାଷୀ ମାନଙ୍କ ସହିତ ବୈଠକ ସହ ଅନ୍ୟାନ୍ୟ କେତେକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକ ପରେ ଅଏଲ୍‌ ଇଣ୍ଡିଆର ସେସମିକ୍‌ ସର୍ଭେ ସଫଳ ହୋଇଥିବା ଜଣାପଡିଥିବା ବେଳେ ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଗ୍ୟାସ୍‌ ରହିଥିବା ମଧ୍ୟ ସୂଚନା ଦେଇଛନ୍ତି ।କମ୍ପାନୀ ପକ୍ଷରୁ ଏକ ୬ ଜଣିଆ ଟିମ୍‌ ଗୋପ ପଞ୍ଚାୟତ ଓ ମହଲପଡ଼ା ପଞ୍ଚାୟତରେ ପହଞ୍ଚି ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରିବା ସହିତ ୩୬ ଜଣ ଚାଷୀଙ୍କ ସହିତ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି । ସେମାନଙ୍କ ଜମିକୁ ହାତକୁ ନେଇ ଖୁବ୍‌ ଶୀଘ୍ର ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି କମ୍ପାନୀର ଚିଫ୍‌ ଜେନେରାଲ ମ୍ୟାନେଜର   ସୂଚନା ଦେଇଛନ୍ତି । ଗୋପ ପଞ୍ଚାୟତର କୁଶୁପୁର ଓ ମହଲପଡ଼ା ପଞ୍ଚାୟତର ଚିତ୍ରାଠାରେ ପେଟ୍ରୋଲ ଓ ଗ୍ୟାସ୍‌ ରହିଥିବା ସନ୍ଧାନ ୨୦୨୦ ନଭେମ୍ବର ମାସରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଶନିବାର ୧୧ଟା ସମୟରେ କମ୍ପାନୀର ୬ ଜଣିଆ ଟିମ୍‌ ଗୋପ ପଞ୍ଚାୟତରେ ପହଞ୍ଚି ଗୋପ ସରପଞ୍ଚ ସୁଲୋଚନା ଦାଶ, ମହଲପଡ଼ା ସରପଞ୍ଚ ଶୀର୍ଶରଞ୍ଜନ ନାୟକଙ୍କ ସହିତ ଆଲୋଚନା କରି ଗୋପ ପଞ୍ଚାୟତର ୩୬ ଜଣ ଚାଷୀଙ୍କ ସହିତ ଆଲୋଚନା ହେବା ସହିତ ଚୁକ୍ତିପତ୍ର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ୨୦୨୦ ମସିହାରେ ଅଏଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୋପ ବ୍ଲକ ଅଞ୍ଚଳ ସହିତ କୋଣାର୍କ ଏନ୍‌ ସି ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପ୍ରାକୃତିକ ଗ୍ୟାସ ଓ ତୈଳକୁ ନେଇ କାର୍ଯ୍ୟ ଆରମ୍ଭ ହେବା ସହ ଖନନ କାର୍ଯ୍ୟ କରାଯାଇଥିଲା । ବିଭିନ୍ନ ସମୟରେ ଅଏଲ୍‌ ଇଣ୍ଡିଆର ଅଧିକାରୀମାନେ ଆସି ମଧ୍ୟ ବୁଲି ଦେଖିଥିଲେ । ପରେ ଗୋପ ପଞ୍ଚାୟତର କୁଶୁପୁର, ମହଲପଡା ପଞ୍ଚାୟତର ଚିତ୍ରା ଅଞ୍ଚଳରେ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ ସହିତ ତୈଳ ଥିବା ସାଟଲାଇଟ୍‌ ଚିତ୍ର ମାଧ୍ୟମରେ ଜଣା ଥିଲା । ଗତ ମାର୍ଚ୍ଚ ୨୫ ତାରିଖ ଦିନ ଅଏଲ୍‌ ଇଣ୍ଡିଆର ଗୋଟିଏ ୮ ଜଣିଆ ଟିମ୍‌ ଗୋପ ବ୍ଲକ ଅଞ୍ଚଳର ୨ ଗୋଟି ପଞ୍ଚାୟତ ରେ ପହଞ୍ଚି ଜନପ୍ରତିନିଧି ଓ ବିଭିନ୍ନ ଗାଁ ଲୋକ ମାନଙ୍କ ସହିତ କଥାବାର୍ତ୍ତା କରିଫେରିଥିଲେ । ସାଟଲାଇଟ୍‌ ମାଧ୍ୟମରେ ପ୍ରାକୃତିକ ଗ୍ୟାସ, ତୈଳ ଥିବା ସ୍ପଷ୍ଟ ହେବା ପରେ ଶନିବାର ଆଉ ଏକ ୬ ଟିମ୍‌ ଗୋପ ବ୍ଲକ ର ଏହି ଦୁଇ ଗୋଟି ସ୍ଥାନରେ ପହଞ୍ଚିବା ସହିତ ଶତାଧିକ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଯେଉଁ ଚାଷୀମାନଙ୍କର ଜମି ଖନନ ସମୟରେ କମ୍ପାନୀ ହାତକୁ ଯିବ ସେମାନଙ୍କୁ ପ୍ରଥମେ କ୍ଷତିପୂରଣ ଦିଆଯିବ, ଯଦି ସରକାରଙ୍କ ନିୟମ ଅନୁସାରେ ସମ୍ପୂର୍ଣ୍ଣ ଗ୍ୟାସ ଓ ପେଟ୍ରୋଲ ବାହାରେ ତାହାଲେ ଜମିର ମାଲିକମାନଙ୍କ ସହିତ ଆଲୋଚନା କରାଯାଇ ସବୁଦିନ ପାଇଁ ସରକାର ଜମିକୁ ହାତକୁ ନେବେ । ତା ସହିତ ପରିବାରର କିଛି ସଦସ୍ୟଙ୍କୁ କମ୍ପାନୀରେ ସାମିଲ କରାଯିବ ।