Home ତାଜା ଖବର ଚୀନରେ ବିମାନ ଦୁର୍ଘଟଣା

ଚୀନରେ ବିମାନ ଦୁର୍ଘଟଣା

ଚୀନରେ ବିମାନ ଦୁର୍ଘଟଣା

ବେଜିଂ୨୧/୩: ଚୀନରେ ସୋମବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ବୋଇଂ ୭୩୭ ଯାତ୍ରୀବାହୀ ବିମାନ ଗୁଆଙ୍ଗ୍‌ସି ଅଞ୍ଚଳରେ ପାହାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କୁନମିଙ୍ଗରୁ ଗୁଆଙ୍ଗ୍‌ଝୁ ଯାଉଥିବା ଏହି ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ। ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ପାହାଡ଼ରେ ପିଟି ହୋଇ ବିମାନରେ ନିଆଁ ଲାଗିବା ସହ ପାର୍ବତ୍ୟ ଅଞ୍ଚଳରେ ମଧ୍ୟ ନିଆଁ ଲାଗି ଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ସୁରକ୍ଷା ଏଜେନ୍ସିମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।