ଭୁବନେଶ୍ଵର,୭/୨: ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଉପରେ ଭଜନ ଗାଇବାକୁ ଚାହିଁଥିଲେ ଲତା। ୮ଟି ଗୀତ ପ୍ରସ୍ତୁତ କରାଯାଇଥିଲା। ହେଲେ ଲତା କହିଥିଲେ ସେ ଗୋଟିଏ ଗୀତ ଗାଇବେ। ଗୀତିକାର ମୋହିତ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଲିଖିତ ଏହି ଭଜନକୁ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ଲତା ଷ୍ଟୁଡିଓରେ ହିଁ ଗାଇବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଭିଡ୍ ପାଇଁ ଲକଡାଉନ୍ ହେବାରୁ ତାହା ଆଉ ସମ୍ଭବ ହୋଇପାରିନଥିଲା। ଅଧୁରା ରହିଯାଇଛି ଲତାଙ୍କ ଇଛା। ହେଲେ ସେ ଦୁଇଟି ଓଡିଆ ଫିଲ୍ମ ପାଇଁ ସେ ଦୁଇଟି ଗୀତ ଗାଇଛନ୍ତି ।୧୯୬୩ର ଚଳଚ୍ଚିତ୍ର ସୂର୍ଯ୍ୟମୁଖୀର ଏକ ଗୀତ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଲିଖିତ ଏହି ଗୀତ ଯେତିକି ହୃଦୟସ୍ପର୍ଶୀ ଥିଲା, ସେତିକି କୁହୁକଭରା ଥିଲା ଗୀତରେ ଲତାଙ୍କ ସ୍ୱର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ସେଇ ଚୁନା ଚୁନା ତାରା ଫୁଲ ଗୀତ.. ସୁର ସାମ୍ରାଜ୍ଞୀଙ୍କ କଣ୍ଠରେ ସୁମଧୁର ଓଡ଼ିଆ ଗୀତ ରେ ପ୍ରଥମେ ଶୁଭିଥିଲା ଲତାଙ୍କ କୋକିଳ ସ୍ୱର। ଏହା ପରେ ଚଳଚ୍ଚିତ୍ରଅରୁନ୍ଧତୀର ଆଜି ମୁଁ ଶ୍ରାବଣୀରେ ସେ ପୁଣି ଆଉ ଗୋଟେ ଗୀତ ଗାଇଥିଲେ। ଏହି ଗୀତ ଗାଇବାକୁ ସେତେବେଳେ ଲତାଙ୍କୁ ମନାଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଏବଂ ଗୁରୁକୃଷ୍ଣ ଗୋସ୍ୱାମୀ।