ଦିବ୍ୟାଂଶୀଙ୍କ ଦିବ୍ୟ ଚେତନା

ପୁରୀ,୪/୨: ପୁରୀ ଜିଲ୍ଲା ସଦର ବ୍ଲକ୍‌ ଛଇତନା ପଞ୍ଚାୟତ ଗ୍ରାମ ଗଇଁଣ୍ଡୋଳ ଗ୍ରାମର ଶଙ୍କର୍ଷଣ ରାଉତରାୟ ଓ ଲକ୍ଷ୍ମୀପ୍ରିୟାଙ୍କ କନ୍ୟା ଦିବ୍ୟାଂଶୀ ରାଉତରାୟ(ରାନୀ) । ବୟସ ମାତ୍ର ୨ । ଇଂରାଜିରେ ଭାରତର ସମସ୍ତ ରାଜ୍ୟର ରାଜଧାନୀର ନାମ, , ୧୯ଟି ଜାତୀୟ ପ୍ରତୀକ, ସପ୍ତାହକ ସାତ ଦିନର ନାମ, ୧୨ ମାସର ନାମ, ଏଠାରୁ ଜେଡ୍‌ ପର୍ଯ୍ୟନ୍ତ ଅକ୍ଷରରେ ଶବ୍ଦ ୨ମିନିଟ୍‌ ୧୦ ସେକେଣ୍ଡରେ କହୁଛନ୍ତି । ଏଥିସହ ଅନର୍ଗଳ ଶ୍ଲୋକ କହୁଛନ୍ତିି । ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ଝିଅର ପ୍ରତିଭା ଦେଖି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ । ମା’ଙ୍କ ପ୍ରେରଣା, ଜେଜେବାପା ଓ ଜେଜେମାଙ୍କ ଆଶୀର୍ବାଦ ପାଇ ରାନି ଏହି ରେକର୍ଡର ଅଧିକାରୀ ହୋଇଥିବା ବାପା ଶଙ୍କର୍ଷଣ କହିଛନ୍ତି । ଏସିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଁ ତାଙ୍କ ପ୍ରସ୍ତୁତି ଚାଲିଛି ।

-Advertisement-
-Advertisement-