Home ଅପରାଧ ନବଜାତ କନ୍ୟାକୁ ଡାକ୍ତରଖାନା ଶୌଚାଳୟରେ ଛାଡ଼ି ପଳାଇଥିଲେ ମା

ନବଜାତ କନ୍ୟାକୁ ଡାକ୍ତରଖାନା ଶୌଚାଳୟରେ ଛାଡ଼ି ପଳାଇଥିଲେ ମା

ନବଜାତ କନ୍ୟାକୁ ଡାକ୍ତରଖାନା ଶୌଚାଳୟରେ ଛାଡ଼ି ପଳାଇଥିଲେ ମା

ପୁରୀ,୩/୨: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତୀ ପ୍ରସବ ପରେ ଏକ ନବଜାତ କନ୍ୟାକୁ ଛାଡ଼ି ପଳାଇଥିବା ଜଣାଯାଇଛି। ଗର୍ଭବତୀ ମହିଳା ଜଣକ ପ୍ରସବ ଲାଗି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଗୁରୁବାର ସକାଳେ ପ୍ରସୂତୀ ପ୍ରସବ ପରେ ତାଙ୍କର ନବଜାତ କନ୍ୟାକୁ ଡାକ୍ତରଖାନାର ଶୌଚାଳୟରେ ଛାଡ଼ି ପଳାଇଥିଲେ। ନବଜାତ କନ୍ୟାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପ୍ରସୂତୀଙ୍କ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏହି ଘଟଣା ସଂପର୍କରେ କୁମ୍ଭାରପଡ଼ା ଥାନାରକୁ ଅବଗତ କରାଯାଇଛି ।