ଧାମନଗର, ୨୪/୦୩: ଭଦ୍ରକରେ ପୌର ନିର୍ବାଚନ ସମୟରେ ଭଦ୍ରକ ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ରେ ବୁଥ୍ ରିଗିଂକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥଲା ଏବଂ ବଚସାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା । ଯାହାକୁ ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିଲା |ଆଜି ସକାଳ ୫ଟାରୁ ଉଠାଇ ଦିଆଯାଇଛି ୧୪୪ ଧାରା । ସେଠାକାର ପରିସ୍ଥିତି ଶାନ୍ତ ରହିଛି ଏବଂ ସ୍ବାଭାବିକ ହେଉଥିବା ପରିଲକ୍ଷିତ ହୋଇଛି। . ଲୋକେ ସକାଳେ ବଜାରକୁ ଆସୁଥିବାର ଦେଖିବାକୁ ମିଳିଛି। ବସ୍ ଚଳାଚଳ ବି ଆରମ୍ଭ ହେୋଇଛି।
-Advertisement-
-Advertisement-