Home ତାଜା ଖବର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
Breaking news. World news with map backgorund. Breaking news TV concept. Vector stock.

ପୁରୀ, ୧୭/୦୪ : ପୁରୀ ଦଇତାପଡ଼ା ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦିନବେଳା ଘରେ ପଶି ଆକ୍ରମଣ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ଦଇତାପଡ଼ା ସାହିର ଟିକନ ଶତପଥି।   ଘଟଣାସ୍ଥଳରେ ଟାଉନଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦଇତାପଡ଼ା ସାହିର ଟିକନ ଶତପଥୀଙ୍କୁ ଘରେ ପଶି ଆକ୍ରମଣ ହୋଇଛି । ଏଥିରେ ସେ ଗୁରୁତର ହୋଇଛନ୍ତି । ରବିବାର ଦିନ ଭୋର ସମୟରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ ପ୍ରଥମେ ପୁରୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ସେପଟେ ପୋଲିସ ଘଟଣାସଂପର୍କରେ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି ।