ପୁରୀ,୧୧/୨:ଚଳିତ ମାସ ତା: ୧୭, ୧୮, ୨୦, ୨୨ ଏବଂ ୨୪ ତାରିଖରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପରିଚାଳନା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ପୁରୀଙ୍କ ଦ୍ବାରା ସମସ୍ତ ପୋଲିଂ ପାର୍ଟି ମାନଙ୍କର ସହଯୋଗ ଲୋଡାଯାଇଅଛି । ଏଣୁ ନିର୍ବାଚନ ତାରିଖରେ ତଥା- ୧୬, ୧୮, ୨୦, ୨୨ ଏବଂ ୨୪ ତାରିଖରେ କାର୍ଯ୍ୟରେ ନିୟୋଜିତ ଥବା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସୂଚନା ପ୍ରଦାନ କରାଯାଇଥିବା ଧାର୍ଯ୍ୟ ତାରିଖ ଓ ସମୟରେ ସଂପୃକ୍ତ ବ୍ଲକରେ ଯୋଗଦେବା ନିମନ୍ତେ ଅନୁରୋଧ କରାଗଲା ଏଥରେ କୌଣସି ତ୍ରୁଟି ପରିଲିଖ ହେଲେ କିମ୍ବା ସଠିକ ସମୟରେ କୌଣସି ଅଧିକାରୀ ଓ କର୍ମଚାରୀ ଉକ୍ତ ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ ସେମାନଙ୍କ ବିରୁଦ୍ଧରେ ପଞ୍ଚାୟତିରାଜ ନିର୍ବାଚନ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ କଠୋର ଦଣ୍ଡବିଧାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧୁକାରୀ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।