ଢ଼େଙ୍କାନାଳ ୧୯/୦୨: ଢ଼େଙ୍କାନାଳ କାମାକ୍ଷାନଗର ବ୍ରାହ୍ମଣୀ ନଦୀ ବ୍ରିଜରେ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଉଜଣେ ଗୁରୁତର ହୋଇଛନ୍ତି। ଆଜି ଭୋର ସମୟରେ ଏକ ଲୁହା ବୋଝେଇ ଟ୍ରେଲ୍ ଦୃତଗତିରେ ଯାଉଥିବା ବେଳେ କାମାକ୍ଷାନଗର-କମଗରା ବ୍ରାହ୍ମଣୀ ବ୍ରିଜ ବାଡ଼ ଭାଙ୍ଗି ନଦୀ ତଳକୁ ଖସିପଡିଥିଲା। ୩୦ ଫୁଟ ପୋଲ ତଳକୁ ଖସି ପଡିଲା ଲୁହା ବୋଝେଇ ଟ୍ରଲର। ଟ୍ରଲରଟି ନଦୀକୁ ଭିତରକୁ ଖସି ପଡିବାରୁ ଡ୍ରାଇଭର ଓ ହେଲ୍ପର କ୍ୟାବିନ୍ରେ ରହିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ୨ଜଣଙ୍କୁ ଉଦ୍ଧାର କରାଯାଇ ଜଣେ ଅଁଳାବେରେଣୀ ମେଡିକାଲ ଏବଂ ଅନ୍ୟ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ସଦରଥାନା ପୋଲିସ ପହଞ୍ଚି ଥିବା ଜଣାପଡିଛି। ତେବେ ସୋମାନଙ୍କ ପରିଚୟ ଜଣାପଡିନାହିଁ। ଦୁର୍ଘଟଣା ଯୋଗୁଁ ବ୍ରିଜରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା।