Home ତାଜା ଖବର ଭୁବନେଶ୍ଵରରୁ ବନ୍ଧା ହେଲେ ଦିଲ୍ଲୀ ପୋଲିସ କନଷ୍ଟେବଲ

ଭୁବନେଶ୍ଵରରୁ ବନ୍ଧା ହେଲେ ଦିଲ୍ଲୀ ପୋଲିସ କନଷ୍ଟେବଲ

ଭୁବନେଶ୍ଵରରୁ ବନ୍ଧା ହେଲେ ଦିଲ୍ଲୀ ପୋଲିସ କନଷ୍ଟେବଲ
Image source:NEWS7

ଭୁବନେଶ୍ଵର,୨୪/୪ : ଭୁବନେଶ୍ଵରରୁ ବନ୍ଧା ହେଲେ ଦିଲ୍ଲୀ ପୋଲିସର କନଷ୍ଟେବଲ। ଦିଲ୍ଲୀ ପୋଲିସର ଇଓଡବ୍ଲ୍ୟୁ କନଷ୍ଟେବଳ ଅମିତ୍ ଲାହୁଚାଙ୍କୁ ରବିବାର ସିବିଆଇ ଗିରଫ କରିଛି। ଜନୈକ ବ୍ୟକ୍ତିଙ୍କଠୁ ୫.୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି। ବ୍ୟାଙ୍କ ଅଧିକାରୀଙ୍କ କେସ୍ ରଫାଦଫା ପାଇଁ ଅମିତ୍ ଭୁବନେଶ୍ଵର ଆସିଥିଲେ। ସୂଚନା ଅନୁଯାୟୀ, ଜଣେ ଇଓଡବ୍ଲ୍ୟୁ ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶରେ ଅମିତ୍ ଭୁବନେଶ୍ଵର ଆସିଥିଲେ। ଉଦ୍ଦେଶ୍ୟ ଥିଲା ଇନ୍ସପେକ୍ଟର ଏବଂ ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟରେ ଥିବା କେସ୍ ରଫାଦଫା କରିବା। ଏଥିପାଇଁ ୫.୫ ଲକ୍ଷ  ଟଙ୍କା ନେବା ବେଳେ ସିବିଆଇ ଅମିତ୍‌ଙ୍କୁ ଗିରଫ କରିଛି।  ଅନ୍ୟପଟେ ନିର୍ଦ୍ଦେଶ ଦେଇଥିବା ଇଓଡବ୍ଲ୍ୟୁ ଇନ୍ସପେକ୍ଟରଙ୍କ ଦିଲ୍ଲୀ ଘରେ ମଧ୍ୟ ରେଡ୍ ହୋଇଥିବା ସୂଚନା ମିଳିଛି।