ମନୁଷ୍ୟ ଜୀବନରେ ମହାଶିବରାତ୍ରିର ମହତ୍ଵ

ଭଗବାନ ଶିବଙ୍କ ଉପାସନା ନିମନ୍ତେ ପ୍ରତିବର୍ଷ ପାଳନ କରାଯାଉଥିବା ହିନ୍ଦୁ ପର୍ବ ମଧ୍ୟରୁ ମହାଶିବରାତ୍ରି ଅନ୍ୟତମ । ମହାଶିବରାତ୍ରି ଶବ୍ଦ କୁ  ଶିବଙ୍କର ମହାନ ରାତି ଭାବରେ ଅନୁବାଦ କରଯାଏ । ଏହା ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପଡ଼େ । ଏହିପରି ଏକ ବର୍ଷ ମଧ୍ୟରେ ୧୧ କିମ୍ବା ୧୨ ଥର ଶିବରାତ୍ରି ପ୍ରତ୍ୟେକ ମାସରେ ଚତୁର୍ଦ୍ଦଶୀ ତିଥିରେ ପଡ଼େ । କିନ୍ତୁ, ମହାଶିବରାତ୍ରି ପ୍ରତିବର୍ଷ ଫେବୃଆରୀ କିମ୍ବା ମାର୍ଚ୍ଚରେ ଥରେ ହୁଏ, ଯାହା ଶୀତର ସମାପ୍ତି ଏବଂ ବସନ୍ତ ଏବଂ ଗ୍ରୀଷ୍ମର ଆରମ୍ଭ ।

ଏହି ରାତ୍ରିକୁ ଶିବ ଏବଂ ଶକ୍ତିର ସମ୍ମିଶ୍ରଣ ରାତ୍ରି ବୋଲି ବିବେଚନା କରାଯାଏ ଓ ଶୁଭ ବୋଲି ଅନୁମାନ କରାଯାଏ – ଏହା ପ୍ରେମ, ଶକ୍ତି ଏବଂ ଏକତାର ପ୍ରତୀକ ।  କୁହାଯାଏ ଏହି ରାତ୍ରିରେ ଉଜାଗର ରହିଲେ ମନୁଷ୍ୟ କୁ ଦିବ୍ୟ ଅନୁଭୂତି, ଦିବ୍ୟ ଚେତନା ତଥା ଦିବ୍ୟ ଜ୍ଞାନ ପ୍ରାପ୍ତି ହୁଏ।

ମହାଜାଗତିକ  ପ୍ରଭାବରୁ ସଳଖ ମେରୁଦଣ୍ଡୀ ମନୁଷ୍ୟ ବହୁ ଶକ୍ତି ଲାଭ କରିଥାଏ । କୁହାଯାଏ ସ୍ଵୟଂ ଶିବ ଏହି ରାତ୍ରିରେ ନିଜର ତୃତୀୟ ନୟନ ପ୍ରାପ୍ତ କରିଥିଲେ। ତୃତ୍ରୀୟ ନୟନ ଅର୍ଥ ଏକ ଅଧିକ ନୟନ ହୋଇ ନପାରେ ବରଂ ଅଲୌକିକ ଶକ୍ତିକୁ ପ୍ରତୀକାତ୍ମକ ଭାବରେ ଉଲ୍ଲେଖ କରାଯାଇଛି ।

ଏଣୁ ଏହି ମହାନ ରାତ୍ରିର ସଦୁପୋଯୋଗ କରନ୍ତୁ, ଉଜାଗର ରହି ଈଶ୍ଵର ଚିନ୍ତା କରି ଏହି ମହାଜାଗତିକ ଊର୍ଜା ରୁ ନିଜେ ବି କିଛି ପ୍ରାପ୍ତ କରନ୍ତୁ ।  ବିଶ୍ଵର ଏହି ଘଡିସନ୍ଧି ମୁହୂର୍ତ୍ତରେ ପ୍ରାଣିଜଗତ ନିମନ୍ତେ ଶାନ୍ତି ପ୍ରାର୍ଥନା କରନ୍ତୁ ।