ସମ୍ବଲପୁର,୨୮/୦୨:ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ଗଳ୍ପ ଆସର ଅନୁଷ୍ଠିତ ହୋଇଯାଇଛି ।। ସମ୍ବଲପୁର ଜିଲ୍ଲାର ସାହିତ୍ୟ ଜୀବନ ଅନୁଷ୍ଠାନରେ ୨୨ ଫେବୃଆରୀ ମଙ୍ଗଳବାର ସଂଧ୍ୟା ୭ ଘଟିକାରେ ଭର୍ଚୁଆଲ ଗଳ୍ପ ଆସରଟିକୁ ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜିକା ଭାବେ କୁମାରୀ ସୋନାଲି ସ୍ୱପ୍ନା ପାତ୍ର ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ପରିଚାଳନା ସମ୍ପାଦିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସ୍ୱାଗତ ସଂଗୀତ ଗାନ କରିବା ସହ ଅତିଥି ଆମନ୍ତ୍ରଣ ମଧ୍ୟ କରିଥିଲେ l ଉପ ସଭାପତି ଶ୍ରୀମତୀ ଶୋଭାଗୀନି ନନ୍ଦ ଗଳ୍ପର ସଜ୍ଞା ଓ ତାର ବିଭିନ୍ନ ଦିଗ ଉପରେ ସମ୍ୟକ, ଭାବରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପୃଷ୍ଟି, କୋଶଳ ସାହିତ୍ୟ ଏକାଡ଼େମୀ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକ ଙ୍କ ସହ ବାଲେଶ୍ଵର ସାହିତ୍ୟିକ କବି ବନ୍ଧୁ ପରିବାର ର ସମ୍ପାଦିକା ପ୍ରଣତି ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ ଧାଡିର ଗାଳ୍ପିକ, ଗାଳ୍ପିକା ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ବେଜ, ନୟାଗଡ ଜିଲ୍ଲାର ଶ୍ରୀଯୁକ୍ତ ଲଳିତ ମୋହନ ମିଶ୍ର, ଭୁବନେଶ୍ୱର ରୁ ଶ୍ରୀମତୀ ପୁଷ୍ପଲତା ମିଶ୍ର, ବରଗଡ଼ ଜିଲ୍ଲାର ଗାଳ୍ପିକା ଡଃ କ୍ଷୀରଦିନୀ ବେହେରା, ଗଜପତିରୁ ଡଃ ପ୍ରିୟମ୍ବଦା ସାମଲ, ଯାଜପୁର ଜିଲ୍ଲାର ସୁପରିଚିତ ଗାଳ୍ପିକା ଶ୍ରୀମତୀ ବିନୋଦିନୀ ଦାଶ, କନ୍ଧମାଳ ରୁ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ସହ ନବରଙ୍ଗପୁର ଜିଲ୍ଲାର ଶ୍ରୀଯୁକ୍ତ ନଗେନ୍ଦ୍ର ରାଉତ ପ୍ରମୁଖ ଗଳ୍ପ ପାଠ କରିଥିଲେ ।। ଅନୁଷ୍ଠାନର ସମ୍ପାଦକ ଶ୍ରୀମାନ ଯୋଗେଶ୍ୱର ଲୁହା ଙ୍କ ସମେତ ସହ ସମ୍ପାଦକ ଶ୍ରୀଯୁକ୍ତ କ୍ଷମାନିଧି ବେହେରା ସହ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ମାନେ ଏଥିରେ ସାମିଲ ହୋଇ ନିଜ ପ୍ରତିଭାର ଦର୍ଶନ କରି ଆସରକୁ ଶୃଙ୍ଖଳା ସହ ଅନୁଷ୍ଠିତ କରିଥିଲେ ।। ଶେଷରେ କୋରାପୁଟ ଜିଲ୍ଲାର ଶୋଭାଗିନୀ ନନ୍ଦ ଗଳ୍ପ ଗୁଡ଼ିକ ସମୀକ୍ଷା କରି ସମସ୍ତ ଗାଳ୍ପିକ ଗାଳ୍ପିକାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରି ଥିବାବେଳେ, ସଭାପତି ସଭା ଭଙ୍ଗ କରିଥିଲେ ।