ମହାଶିବରାତ୍ରୀ ପାଇଁ ବିଏମସିର ପକ୍ଷରୁ ଗାଇଡଲାଇନ

ଭୁବନେଶ୍ୱର ,୨୬।୦୨ :  ମହାଶିବରାତ୍ରି ନେଇ  ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଆଡ କାଠ ପାଖରୁ ଭକ୍ତମାନେ ଦର୍ଶନ କରିପାରିବେ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା ଭକ୍ତମାନେ କରିପାରିବେ ନାହିଁ । ସେହିପରି ସାହାଣ ମେଳା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ ।  ତେବେ କୋଭିଡ କଟକଣାକୁ ସଠିକ ଭାବରେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତକୁ ସାନିଟାଇଜ କରିବାକୁ ବିଏମସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେବାୟତମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୨ ବର୍ଷରୁ କମ ଶିଶୁଙ୍କୁ ଜାଗର ଯାତ୍ରାରେ ସାମିଲ ନ ହେବା ପାଇଁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । ମନ୍ଦିର ଭିତରେ ଛେପ ପକାଇବା, ଗୁଟୁଖା, ପାନ ଆଦିକି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । 

-Advertisement-
-Advertisement-