ମାନସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ

କଟକ, ୦୫/୦୪: ବହୁ ଚର୍ଚ୍ଚିତ ମାନସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଆଉ ଏକ ତଥ୍ୟ। ମାନସଙ୍କୁ ବାଉଁଶ  ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିଲା। ଦୟାଲ ଆଶ୍ରମରୁ ବାଉଁଶ ଓ କାଠ ଫାଳିଆ ଜବତ କରିଛି ପୋଲିସ। ଶର୍ମିଷ୍ଠାଙ୍କ ନିର୍ଦେଶରେ ହତ୍ୟା ପରେ ଏହାକୁ ଝରକା ବାଟେ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ।   ଶର୍ମିଷ୍ଠାଙ୍କ ନିର୍ଦେଶରେ ହତ୍ୟା ପରେ ଏହାକୁ ଝରକା ବାଟେ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ।କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ମିଳିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ । ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କଲା କ୍ରାଇମବ୍ରାଞ୍ଚ । ହତ୍ୟା ବେଳେ ବ୍ୟବହୃତ ୪ ଖଣ୍ଡ ବାଉଁଶ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡ ପରେ ଏହାକୁ ଝରକା ବାଟେ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ । ଜବତ ବାଉଁଶ ଫାଳିଆକୁ ପରୀକ୍ଷା ପାଇଁ ଏସସିବି ମେଡିକାଲ ଫରେନ୍ସିକ ବିଭାଗକୁ କ୍ରାଇମବ୍ରାଞ୍ଚ ପଠାଇଥିବା ଜଣାପଡ଼ିଛି ।ତେବେ ପରୀକ୍ଷା ହୋଇଥିବା ବାଉଁଶ ଫାଳିଆରେ ହିଁ ହତ୍ୟାକାଣ୍ଡ ଘଟାଯାଇଥିବା ଅନୁମାନ କରିଛନ୍ତି ଫରେନ୍ସିକ ଏକ୍ସପର୍ଟ । ରିମାଣ୍ଡରେ ଥିବା ଝୁନା ଭୋଇ ତଦନ୍ତରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି ।ତେବେ ଗତକାଲି ମାନସଙ୍କ ଘର ତଥା ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ଗୋଡିପୋଖରୀ ଗାଁରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଧଘଣ୍ଟା ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ମାନସର ପରିବାର ଲୋକଙ୍କ ସହିତ ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ଉକ୍ତ ଟିମ୍ । ଏହି ଟିମରେ ଥିଲେ କ୍ରାଇମବ୍ରାଞ୍ଚର ୫ ଅଧିକାରୀ । ମୃତ ମାନସର ବ୍ଲୁ-ଟୁଥ୍ ଏବଂ ଚପଲ ( ଯାହାକି ମାନସ ବ୍ୟବହାର କରୁଥିଲେ )କୁ ମାନସର ପତ୍ନୀଙ୍କ ଦ୍ୱାରା ଚିହ୍ନଟ କରାଇଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ।ପରିବାର ସଦସ୍ୟଙ୍କ ଫୋନ୍ ନଂ ନେଲେ ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା କେତେ ? ସେମାନେ କ’ଣ କରନ୍ତି ଇତ୍ୟାଦି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଦରକାର ପଡିଲେ କ୍ରାଇମବ୍ରାଞ୍ଚ ଅଫିସରୁ ଫୋନ୍ ଆସିବ ଏବଂ ଯାହା ପଚରା ଯିବ ତାହାର ସଠିକ ଉତ୍ତର ଦେବା ପାଇଁ ମାନସର ପରିବାରଙ୍କୁ କହିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ମୃତ୍ୟୁ ପୂର୍ବରୁ ଯେବେ ମାନସ ଘରକୁ ଆସିଥିଲେ ସେତେବେଳେ ମାନସର ମାନସିକ ସ୍ଥିତି କିଭଳି ଥିଲା ସେନେଇ ପଚାରି ବୁଝିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ଖଳନାୟିକା ଶର୍ମିଷ୍ଠା ସମ୍ପର୍କରେ ଘରେ କିଛି ଆଲୋଚନା କରିଥିଲା କି ମାନସ, ସେ ସମ୍ପର୍କରେ ମଧ୍ୟ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ମାତ୍ର ୩୦ ମିନିଟ ଆଲୋଚନା କରିବା ପରେ ମାନସ ଘରୁ ଫେରିଯାଇଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ।