ପ୍ରତି ବୁଧବାର ସାଇକେଲରେ ଅଫିସ ଆସିବେ ସରକାରୀ କର୍ମଚାରୀ

ଲକ୍ଷ୍ୟଦୀପ୍‌,୦୫/୦୪: ଦେଶରେ ପ୍ରଦୂଷଣ ଦିନକୁ ଦିନ ବଢି ବଢି ଚାଲିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷପ ପରେ ବି ଆୟାତ ହୋଇପାରୁନି ପ୍ରଦୂଷଣ । ଏଭଳି ସ୍ଥିତିରେ ପ୍ରଦୂଷଣ ରୋକିବାକୁ ଭିନ୍ନ ପଦକ୍ଷପ ଆପଣେଇଛନ୍ତି ଲକ୍ଷ୍ୟଦୀପ୍ ପ୍ରଶାସନ । ପୁରା କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତି ବୁଧବାର ସାଇକେଲ ଡେ ଭାବରେ ପାଳନ କରାଯିବାକୁ ଆଜି ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଏହା ସହି ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ବୁଧବାର ଦିନ ସାଇକେଲରେ ଅଫିସ ଆସିବାକୁ କଡାକଡି ଭାବରେ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ୱରା ଲକ୍ଷ୍ୟଦୀପ୍‌ରେ ପ୍ରଦୂଷଣ ମାତ୍ରା କମିବା ସହିତ ପୁରା ଦେଶରେ ମଧ୍ୟ ପ୍ରଦୂଷଣ ହ୍ରାସ କରିବାରେ ଏହା ସହାୟକ ହେବ ବୋଲି ଲକ୍ଷ୍ୟଦୀପ୍ ପ୍ରଶାସନ ପକ୍ଷଣୁ ସ୍ପଷ୍ଟ କରାଯାଇଛି ।