ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ: କଂଗ୍ରେସ

ଭୁବନେଶ୍ୱର,୫।୪;ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ କହିଲା କଂଗ୍ରେସ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୋଷଘର ଚୁଲି ଭଙ୍ଗା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହା ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ   । ଏହି ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇ ପ୍ରାଥମିକ ପର୍ଯ୍ୟାୟରେ ୪ ଜଣଙ୍କୁ ଜେରା କରାଯାଇଥିଳା । ଧୋପଖାଳ, ପାଇକ, ଦ୍ୱାରପାଳିଆ ଓ ଅଙ୍ଗାରିଆ ସେବାୟତଙ୍କୁ ତଦନ୍ତକାରୀ ଟିମ୍ ଜେରା କରିଥିଲା । ଆଜି ଏହି ଘଟଣାରେ ୪ ଜଣ ଜେଟିପିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତା’ର ଉତ୍ତର ରଖିବା ପାଇଁ ଜେଟିପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ଦିନ ସକାଳ ୧୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉକ୍ତ ଜେଟିପିମାନେ ଡ୍ୟୁଟିରେ ରହିଥିବା ବେଳେ ରାତି ୧ଟାରେ ଘଟଣା ଘଟିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି ।ତେବେ ଏହା ମଧ୍ୟରେ ସରକାରଙ୍କ ଉପରେ ଦୋଷ ଲଦିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ । ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଛି। ଏହି ବିବାଦକୁ ଏଡ଼ାଇବାକୁ ଚୁଲି ଭଙ୍ଗାଯାଇଛି। ଖନନକୁ ନେଇ ଶାସକ ଦଳ ଲୋକସଭାରୁ ବିଧାନସଭା ଯାଏ ଅଡୁଆରେ ପଡ଼ିଛି ବୋଲି ନିଶିକାନ୍ତ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପୋଲିସ ଡିଜି ଓ ମୁଖ୍ୟ ପ୍ରଶାସକ, ଯେଉଁଭଳି ଭାବେ ଶ୍ରୀମନ୍ଦିର ଗସ୍ତ କରିଥିଲେ, ସେହି ତତ୍ପରତା ଦେଖାଇ ରୋଷଘରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥାନ୍ତେ ଏଭଳି ଏକ ଘଟଣା ଘଟିନଥାନ୍ତା। ପୋଲିସ ଡିଜିଙ୍କ ଗସ୍ତ କେବଳ ଲୋକ ଦେଖାଣିଆ।  ସରକାର ଏଥିପ୍ରତି ଉଦାସୀନ। ଏହି ପ୍ରସଙ୍ଗକୁ ଯେଉଁ ଭଳି ଭାବେ ଗମ୍ଭୀରତାର ସହ ନେବା କଥା, ତାକୁ ନେଇନାହାନ୍ତି। ଚୋର ଚୋରି କରି ଧନ ନେବା ପରେ ଖୋଜିବା ଯାହା, ପୋଲିସ ଖୋଜିବା ସହ ତାହା ସମାନ।  ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଥିବା ନାଟକ କରାଯାଇଛି । ପ୍ରକଳ୍ପ ଖନନକୁ ନେଇ ଶାସକ ଦଳ ବିଜେଡି ଲୋକସଭାରୁ ଆରମ୍ଭ କରି ବିଧାନସଭାରେ ଅଡ଼ୁଆରେ ପଡ଼ିଛି । ପୂର୍ବରୁ ମୁଖ୍ୟ ସଚିବ, ଡିଜିପି ଯେପରି ତତ୍ପରତା ଦେଖାଇବା କଥା, ସେପରି ଦେଖାଇ ନଥିଲେ । ତେଣୁ ସମସ୍ତ ସମସ୍ୟା ଉପରୁ ଧ୍ୟାନ ହଟାଇବାକୁ ସରକାରୀ କଳ ପକ୍ଷରୁ ଏହି ଚକ୍ରାନ୍ତ କରାଯାଇଛି ।