Home ଜାତୀୟ ହ୍ୟାକ ହେଲା ପାଣିପାଗ ବିଭାଗର twitter ଆକାଉଣ୍ଟ

ହ୍ୟାକ ହେଲା ପାଣିପାଗ ବିଭାଗର twitter ଆକାଉଣ୍ଟ

ହ୍ୟାକ ହେଲା ପାଣିପାଗ ବିଭାଗର twitter ଆକାଉଣ୍ଟ

ନୂଆଦିଲ୍ଲୀ ୯।୪: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ଟ୍ୱିଟର ଆକାଉଣ୍ଟ ଶନିବାର ହ୍ୟାକ୍‌ ହୋଇଯାଇଛି। ଆକାଉଣ୍ଟକୁ ହ୍ୟାକ କରି ହ୍ୟାକର୍ସ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏହା ସହିତ ଏକ ଜିଆଇଏଫ ମଧ୍ୟ ସେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଇଏମଡିଙ୍କ ଟ୍ୱିଟର ଆକାଉଣ୍ଟରେ ଅଢେଇଲକ୍ଷରୁ ଅଧିକ ଫଲୋଅର ଅଛନ୍ତି। ବିଭାଗୀୟ ଟ୍ୱିଟର  ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ସ୍ପଷ୍ଟ କରିଛନ୍ତି ଓ ଆମେ ଏହାକୁ ପୁଣି ସ୍ୱଭାବିକ କରିବା ପାଇଁ ଉଦ୍ୟମ କରୁଥିବା କହିଛନ୍ତି।