ଭଦ୍ରକ,୧୦/୪: ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ପକ୍ଷରୁ ବିଶାଳ ନରଗ ସଂକୀର୍ତ୍ତନ ଶୋଭାଯାତ୍ରା ସହର ପରିକ୍ରମା କରିଛି । ମହାଆଡମ୍ବର ରେ ପାଳିତ ହେଉଥିବା ଏହି ମହୋତ୍ସବ ଅବସରରେ ଗେରୁଆ ପତାକା ଓ ପ୍ରଭୁ ଶ୍ରୀରାମ, ମହାବୀର ହନୁମାନଙ୍କ ପ୍ରତିମୂର୍ତ୍ତି ସହ ଫଟୋଚିତ୍ର ସହ ସୁସଜ୍ଜିତ ମେଢ ଗୁଡିକ ସରହ ପରିକ୍ରମା କରିଛି । ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ସହ ବିଭିନ୍ନ ବାଦ୍ୟଯନ୍ତ୍ର, ଶଙ୍ଖ, ହୁଳହୁଳି ଓ ଡିଜେରେ ସହରକୁ ପ୍ରକମ୍ପିତତ କରିଛି । ବିଶେଷ କରି ଜୟ ଶ୍ରୀରାମ ଧ୍ୱନି ସହର ପ୍ରକମ୍ପିତ ହେଉଥିବା ବେଳେ ବିଭିନ୍ନ ମେଢରେ ଚିତ୍ତାକର୍ଷକ ଲାଇଟ୍ରେ ଭଦ୍ରକ ସହରକୁ ଝିଲମିଲ କରିଛି ।ଭଦ୍ରକ ସହରର ଗାନ୍ଧୀ ପଡ଼ିଆ ଠାରେ ଶ୍ରୀ ରାମ ମହାଯଜ୍ଞ ସମିତି ତରଫରୁ ଆୟୋଜିତ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ଆଜି ଶେଷ ଦିନ ରେ ଭଦ୍ରକ ସହର ରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବା ସହିତ ନେହେରୁ ଷ୍ଟାଡିୟମରୁ ବିଶାଳ ସଂକୀର୍ତ୍ତନ ଦଳରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ସେମାନଙ୍କ ସୁସଜ୍ଜିତ ମେଢ, କୀତ୍ତନୀୟା ଦଳ ସହ ବନ୍ତଛକ, କଚେରୀବଜାର, ବଙ୍କସାହି, ଥାନାଛକ, ନୂଆବଜାର, କଦମବେଡା, ପୁରୁଣାବଜାର ଦେଇ ପୁଣି ଯଜ୍ଞ ସ୍ଥଳ ଗାନ୍ଧୀ ପଡ଼ିଆକୁ ଫେରିଥିଲେ । କେବଳ ଭଦ୍ରକ ସହରାଞ୍ଚଳ ନୁହେଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ସଂଖ୍ୟକ ଭକ୍ତ ଓ ସେମାନଙ୍କ ମେଢ଼ ଗୁଡିକ ନେହେରୁ ଷ୍ଟାଡିୟମ ଠାରୁ ଏକତ୍ରିତ ହୋଇ ନଗର ସଂକୀର୍ତ୍ତନରେ ସାମିଲ ହୋଇଥିଲେ। ଆଜି ତେବେ ପ୍ରାୟ ୮୦ ରୁ ଅଧିକ ମେଢ଼ ସାମିଲ ହୋଇଛନ୍ତି। ନଗର ସଂକୀର୍ତ୍ତନ ପାଇଁ ଭଦ୍ରକ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ନରସିଂହ ଭୋଳ ନିଜେ ଭଦ୍ରକରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।
-Advertisement-
-Advertisement-