Home ତାଜା ଖବର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ

ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ

ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ
Image source:NEWS7

ଫୁଲବାଣୀ,୨୩।୪: କନ୍ଧମାଳ ଜିଲା  ବାଲିଗୁଡାର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁର (୮୦)ଙ୍କ ଶନିବାର ପରଲୋକ ଘଟିଛି।  ସ୍ବର୍ଗତ ସୁରେନ୍ଦ୍ର କହଁର ବିଜେପିରୁ  ୨୦୦୦ ମସିହାରେ  ପ୍ରଥମ ବିଧାୟକ ଥିଲେ। ତାଙ୍କ ମୃତ୍ୟୁରେ ବାଲିଗୁଡା ବିଧାନସଭା ମଣ୍ଡଳୀ ଅଂଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ମୃତ୍ୟୁରେ ବିଜେପି ଜିଲା ସଭାପତି ଜଗନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝି,ପଦ୍ମ ଚରଣ ଦାସ,  ବିଜେପି ନେତା ନେତ୍ର ମାନସେଠ, ରମେଶ ମହାନ୍ତି. ଭଗବାନ ମହାନ୍ତି, ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ବାଲିଗୁଡା ବିଧାୟକ ଚକ୍ର ମଣି କହଁର. ପୂର୍ବତନ ବିଧାୟକ ରାଜୀବ ପାତ୍ର ପ୍ରମୁଖ ଙ୍କ ସମେତ ଜିଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶକରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମ ବେଦନlଜ୍ଞାପନ କରିଛନ୍ତି। ସେ ଜଣେ ଶାନ୍ତ ସରଳ ନିଷ୍କପଟ ଓ ଉଦାର ହୃଦୟର ବ୍ୟକ୍ତି ଥିଲେ ।